ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା ରାଶି ପ୍ରଦାନ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) ମୁନିଗୁଡା ବ୍ଲକ୍ ଶିବପଦର ପଞ୍ଚାୟତର ୪ ଜଣଙ୍କୁ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଯୋଜନାରେ ଶିବପଦର ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦୁଇ ଲକ୍ଷ ଲେଖାଏଁ ବୀମା ରାଶି ଚେକ୍ ଆକାରରେ ସୋମବାର ପ୍ରଦାନ କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶିବପଦର ଗ୍ରାମର ନିରଞ୍ଜନ ସାହୁ,ଶିବପଦର ପଞ୍ଚାୟତର ବଡ ମଞ୍ଜୁରୁକୂପା ଗ୍ରାମର ସୁରିୟା ଗୋତି, ପାଣିମୁଣ୍ଡା ଗ୍ରାମର ଭରତ ହିଆଲ କୁଦୁଲିମା ଗ୍ରାମର ଚତୃଭୂଜ ବାଗଙ୍କର ସ୍ବଭାବିକ ଭାବେ ମୃତ୍ୟୁ ବରଣ ହୋଇଥିଲା। ଏହି ଚାରି ଜଣ ବୀମା ଯୋଜନାରେ ବାର୍ଷିକ ୪୩୬ ଟଙ୍କା ଗୋଟିଏ କିସ୍ତି ଲେଖାଏଁ ବ୍ୟାଙ୍କରେ ଜମା କରିଥିଲେ। ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ପକ୍ଷରୁ ବ୍ୟାଙ୍କରେ ନମିନି ମାନେ ଆବଶ୍ୟକ ନଥିପତ୍ର ଦାଖଲ କରି ବୀମା ରାଶି ପାଇବା ପାଇଁ ଆବେଦନ କରିଥିଲେ। ଆବଶ୍ୟକ ନଥିପତ୍ର ଦାଖଲ କରିବାର‌ ଏକ ମାସ ଭିତରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ବୀମା ରାଶି ଦୁଇ ଲକ୍ଷ ଲେଖାଏଁ ବ୍ୟାଙ୍କ୍ ପକ୍ଷରୁ ପ୍ରଦାନ କରାଯାଇଛି। ଏହି ବୀମା ରାଶି ଚେକ ପ୍ରଦାନ ବେଳେ ବେଙ୍କ ଶାଖା ପରିଚାଳକ ମନୋଜ କୁମାର ନାୟକ,କର୍ମଚାରୀ ବିନୟ କୁମାର ତୁଳ, ମୋହନ କୁମାର ତୁଳ, ଦେବର୍ଚନ ଭୋଇ,ଶୁଭଙ୍କର ଦୁବେ,ନରେନ୍ଦ୍ର ନାଗ ପ୍ରମୁଖଙ୍କ ସମେତ ଅନ୍ୟ ବେଙ୍କ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏହି ଚେକ ପାଇବା ପରେ ସମୃକ୍ତ ପରିବାର ବର୍ଗ ସରକାର ଓ ବେଙ୍କ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ