ଜିଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ : ପୌର-ପଞ୍ଚାୟତ ନିର୍ବାଚନ ପାଇଁ ସାଂଗଠନିକ ପ୍ରସ୍ତୁତି ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା): ଜିଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ରାଜୀବ ଭବନରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ଏଥିରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଜିଲାସ୍ତରରେ ଦଳର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ ଏଥିରେ ଯୋଗଦେଇ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ତୃଣମୂଳସ୍ତରରୁ ଦଳୀୟ ସଂଗଠନ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରଇଥିଲେ । ଭଦ୍ରକ ସଂସଦୀୟ କ୍ଷେତ୍ର ନେତ୍ରୀ ମଧୁମିତା ପଣ୍ଡା ଏହି ବୈଠକରେ ଯୋଗଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ଅଧିକ ସକ୍ରିୟ ହେବା ପାଇଁ ଆହ୍ୱାନ ଦେଇଥିଲେ । ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ସମସ୍ତ ପଞ୍ଚାୟତ କମିଟି ଓ ବୁଥ କମିଟି ଗଠନ ସାଙ୍ଗକୁ ସାଂଗଠନିକ କାର୍ଯ୍ୟଧାରା ଜାରି ରଖିବାକୁ ଉପସ୍ଥିତ କର୍ମୀଙ୍କୁ ଏହି ବୈଠକରେ ନେତାମାନେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ଅକ୍ଷୟ ଆଚାର୍ଯ୍ୟ, ଚତ୍ତରଂଜନ ଷଡ଼ଙ୍ଗୀ, ସୁରେନ୍ଦ୍ର ପାରମାଣିକଙ୍କ ସମେତ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସୁଦର୍ଶନ ଦାସ, ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ, ବସ୍ତା ନେତା ବିଜନ ନାୟକ, ସଦର ନେତ୍ରୀ ମମତା କୁଣ୍ଡୁ, ଜିଲା ଯୁବ କଂଗ୍ରେସ ସଭାପତି ରଂଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ଆଇନ ପରାମର୍ଶ କମିଟି ସଭାପତି ସତ୍ୟସୁନ୍ଦର ଦାସ, କୃଷକ କମିଟି ସଭାପତି ନିରଞ୍ଜନ ବେହେରା, ଅଣସଂଗଠିତ ଶ୍ରମିକ କଂଗ୍ରେସ ସଭାପତି ବିକାଶ ଦାସ, ଶ୍ରମିକ କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ବେହେରା ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଧାଂଶୁ ଶେଖର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ବାଲେଶ୍ୱରର ବିଶିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ଦିବଂଗତ ଅରୁଣ ଦେଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ସହ ସମେସ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ