ଜିଲା ବିଜେପି ପକ୍ଷରୁ ସେବା ଓ ସମର୍ପଣ କାର୍ଯ୍ୟକ୍ରମ ଆରମ୍ଭ
ବାଲେଶ୍ୱର,(ସରୋଜ ପଣ୍ଡା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ ଅବସରରେ ଦେଶବ୍ୟାପୀ ୨୦ଦିନ ପାଇଁ “ସେବା ଓ ସମର୍ପଣ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଛି । ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଜିଲାବ୍ୟାପୀ ସମାଜସେବା ମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ଦଳର ସମସ୍ତ ମୋର୍ଚ୍ଚା ଓ ଶାଖା କମିଟିମାନେ ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି । ଆସନ୍ତା ଅକ୍ଟୋବର ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦଳ ପକ୍ଷରୁ ସୂଚୁନା ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଦଳର କର୍ମକର୍ତ୍ତା ଓ ସଦସ୍ୟମାନେ ଝାଡେଶ୍ୱର ମନ୍ଦିରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ ପ୍ରଭୃତି କରିଥିଲେ । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ନିକଟସ୍ଥ ନୀଳିଆବାଗ ବସ୍ତି ବାସିନ୍ଦାଙ୍କୁ ଫଳ ଓ ବିସ୍କୁକ ବଣ୍ଟନ କରିଥିଲେ । ଏହାପରେ ସ୍ୱଚ୍ଛ ଭାରତ ଅଭିଯାନ ତରଫରୁ ସହୀଦ ପାର୍କ ଆଖପାଖ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଶିଷ ଘୋଷ, ପର୍ଶୁରାମ ପରିଡ଼ା, ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ସୁଷମା ବିଶ୍ୱାଳ, ମୀନାକ୍ଷୀ ମହାପାତ୍ର, କମଳା ବିନ୍ଧାଣି, ତରୁଲତା ମହାନ୍ତି, ଦମୟନ୍ତୀ ବାଗ୍, ଶ୍ରୀନିବାସ ପ୍ରଧାନ, ମଣ୍ଟୁପେରିୱାଲ, ଯୋଗେନ ରଣା, ବିଜୟ ପାଣିଗ୍ରାହୀ, ଚିତରଞ୍ଜନ ପଣ୍ଡା, ହେମନ୍ତ ମାସନ୍ତ, କମଲଲୋଚନ ଦାସ, ସୁଶାନ୍ତ ବେରା, ସର୍ବେଶ୍ୱର ପାତ୍ର, ସ୍ୱାଧୀନ ପଣ୍ଡା, ଶୋଭାକର ସାହୁ, ଚନ୍ଦ୍ରବିନ୍ଦୁ ଦାସ, ପର୍ଶୁରାମ ମହାନ୍ତି, ମୁନ୍ନା ମହନ୍ତ, ସୁରଝଙ୍କାର ସେଠୀ ଓ ବିଭୁପଦ ଦାସ ପ୍ରମୁଖ ଭାବେ ଅଂଶଗ୍ରହଣ କରିଥିଲେ । ଜିଲାର ସମସ୍ତ ବ୍ଲକ କମିଟି ପକ୍ଷରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦଳୀୟ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।