ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଲିବେରେଶନ ପକ୍ଷରୁ ଗଣ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସିପିଏମ ଲିବେରେଶନ ପକ୍ଷରୁ ସ୍ଥାନୀୟ ସମସ୍ୟା ଓ ଆଦିବାସୀଙ୍କ ଜଙ୍ଗଲ ଜମିପଟା ପ୍ରଦାନ ଇତ୍ୟାଦି ୨୧ଦଫା ଦାବି ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ଓ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏହା ସହ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଲା ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ମନେରଗାରେ ବାର୍ଷିକ ୨୦୦ଦିନ କାମ ସହ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରିବା, ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଇତ୍ୟାଦି ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସିପିଏମ ଏଲ ଲିବେରେଶନ, ରାଜ୍ୟ କମିଟି ସଦସ୍ୟ ତିରୁପତି ଗମାଙ୍ଗ ପ୍ରମୁଖଙ୍କ ସମେତ ଜିଲ୍ଲା ନେତୃବୃନ୍ଦ ଉପସ୍ଥିତଥିଲେ ।