ଜିଲ୍ଲାପାଳ ନିୟମକୁ ମାନିଲେନି ଏକାଉଣ୍ଟ ଅଫିସର
ମୋହନା (ଅଂଶୁମାନ ପଣ୍ଡା): ସାରା ଦେଶରେ କରୋନା ଭୟ ଲାଗିଥିବା ବେଳେ ସେଥିରୁ ଓଡ଼ିଶା ମଧ୍ୟ ଆକ୍ରାନ୍ତ ହଇଛି, ପଡୋଶୀ ଜିଲ୍ଲା ଗଞ୍ଜାମରେ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି ତେଣୁ ଗଜପତି ଜିଲ୍ଲାପାଳ ଅନୁପ ସାହା ନିର୍ଦ୍ଦଶକ୍ରେମେ ଜିଲ୍ଲାର କୋଣସି ସରକାରୀ କର୍ମଚାରୀ ଗଞ୍ଜାମ ଜିଲ୍ଲାକୁ ଯିବାପାଇଁ ମନା କରାଯାଇଛି । ଏଇ ନିୟମକୁ ଯିଏ ଉଲଙ୍ଗନ କରିବ ତା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କିଛି ଦିନ ତଳେ ରା.ଉଦୟଗିରି ବ୍ଲକର କିଛି କର୍ମଚାରୀ ଗଞ୍ଜାମ ଜିଲ୍ଲାକୁ ଯାଇ ଫେରିଥିଲେ ତାଙ୍କୁ କ୍ୱାରେଣ୍ଟାଇନ ଗୃହରେ ରଖା ଯାଇଥିଲା । ଗତ ସୋମବାର ଦିନ ମୋହନା ବ୍ଲକର ଏକାଉଟାଣ୍ଟ୍ ଅଫିସର ଗଞ୍ଜାମ ଜିଲ୍ଲା ନିଜ ଘରକୁ ଯାଇ ଫେରିବା ସମୟରେ ତହସିଲି ଦାରଙ୍କ ସମ୍ମୁଖରେ ଧାରା ପଡ଼ିଥିଲେ ସଙ୍ଗେ ସଙ୍ଗେ ସେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ଏବଂ ଜିଲ୍ଲାପାଳ ତାଙ୍କୁ କ୍ୱାରେଣ୍ଟାଇନ ଗୃହରେ ରଖିବା ପାଇଁ ନୋଟିସି କରିଛନ୍ତି, ହେଲେ ଏହାକୁ ଅବମାନନା କରି ଏକାଉଣ୍ଟ ଅଧିକାରୀ ନିଜ ଅଫିସିରେ ବସି ରହିଛନ୍ତି ଏବଂ ବିଭିନ ସ୍ଥାନ ଗାଡ଼ି ଧରି ବୁଲୁଛନ୍ତି ଏହାକୁ ଦେଖି ଅନ୍ୟ କର୍ମଚାରୀ ମାନେ ଭୟଭିତ ହେଉଛନ୍ତି ତେବେ ଏପରି ଦିଗରେ ଜିଲ୍ଲାପାଳ କ’ଣ ପଦକ୍ଷେପ ନେବେ ତାକୁ ହିଁ ଅପେକ୍ଷରେ ସମସ୍ତେ ।