ମନ୍ଦିରରୁ ଚୋରି ଘଟଣାରେ ୬ ଜଣଙ୍କୁ ଗିରଫ୍ କଲା ପୋଲିସ୍

ଛତ୍ରପୁର (ଓ୍ବାଇଏନଏସ); ଗତ ୧୬ ତାରିଖ ଦିନ ବିଳମ୍ବିର ରାତ୍ରରେ ଛତ୍ରପୁର ଥାନା ଅଧିନ ଉଜ୍ଜଳେଶ୍ୱରୀ ମନ୍ଦିର ଓ ଚମାଖଣ୍ଡି ଥାନା ଅଧିନ କଣମଣା ଗ୍ରାମରେ ଥିବା ମା କନକ ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ଆଜି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଥିବା ନେଇ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ୍ ଅଭିଯୁକ୍ତ ମାନେ ହେଲେ ଚମାଖଣ୍ଡି ଥାନା ଚନ୍ଦ୍ରପଡା ଗ୍ରାମର ଅମିତ ପ୍ରଧାନ, ରୁଦ୍ର ପ୍ରଧାନ, ଟୁକୁନା ପ୍ରଧାନ, ଦାସ ପ୍ରଧାନ, ରଘୁ ପ୍ରଧାନ ଓ ଦେବରାଜ ପ୍ରଧାନ । ସେମାନଙ୍କ ଠାରୁ ଗୋଟିଏ ସାନ ରୁପା ମୁକୁଟ, ଦୁଇ ଗୋଟି ବଡ ରୁପା ମୁକୁଟ, ଗୋଟିଏ ଷ୍ଟିଲ ହୁଣ୍ଡି, ଏକ ହଜାର ଟଙ୍କା ଓ ଏକ ବାଇକ ଜବତ କରାଯାଇଛି । ସୂଚନା ଥାଉ କି, ଛତ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଉଜ୍ଜଳେଶ୍ୱରୀ ମନ୍ଦିରରୁ ପୂଜକଙ୍କୁ ଆକ୍ରମଣ କରିବା ସହିତ ମାଙ୍କ ମୁକୁଟ ଓ ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ଚମାଖଣ୍ଡି ଥାନା ଅଧିନ କଣମଣା ଗ୍ରାମରେ ଥିବା ମା କନକ ଦୁର୍ଗାଙ୍କ ମନ୍ଦିରରୁ ମଧ୍ୟ କିଛି ଦୁର୍ବୁତ୍ତ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଛତ୍ରପୁର ଥାନାରେ ୪୫୩ ଓ ଚମାଖଣ୍ଡି ଥାନାରେ ୩୨୭ ପ୍ରକାରେ ୨ଟି ମାମଲା ରୁଜୁ କରାଯାଇଥିଲା । ପରେ ଛତ୍ରପୁର ଥାନା ଓ ଚମାଖଣ୍ଡି ଥାନା ପୋଲିସ କୁ ନେଇ ଏକ ଟିମ୍ ଗଠନ କରାଯାଇ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ଏସଡିପିଓ ଶ୍ରୀ ଘଡେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ