ଜିଲ୍ଲାରେ ବିଗିଡା ସ୍ବାସ୍ଥ୍ୟ ସେବା ନେଇ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଓଡିଶାର ସର୍ବବୃହତମ ମୟୂରଭଂଜ ଜିଲ୍ଲାର ସ୍ବାସ୍ଥ୍ୟ ସେବା ସଂପୁର୍ଣ୍ଣଭାବେ ଭୁଷୁଡି ଯାଇଛି ବୋଲି ମୟୂରଭଂଜ ବିଜେପି ତରଫରୁ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ ହୋଇଥିଲା । ଏଥିରେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀ, ପୂର୍ବତନ ଟସର ନିଗମ ଅଧ୍ୟକ୍ଷ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଡଭୋକେଟ ସଂଜୀବ ମହାନ୍ତି, ମୟୂରଭଂଜ ସାଂସଦଙ୍କ ପ୍ରତିନିଧି ଆଡଭୋକେଟ ବରୁଣ ଦେ ପ୍ରମୁଖ ଉପସ୍ଥିତ ଥିଲେ ।ମୟୂରଭଂଜ ଜିଲ୍ଲାର ସଦର ଡାକ୍ତରଖାନା, ଉପଖଣ୍ଡ ଡାକ୍ତରଖାନାରେ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଉପସ୍ବାସ୍ଥ୍ଯ କେନ୍ଦ୍ରରେ ୩୦୦ରୁ ଉର୍ଦ୍ଧ୍ବ ଡାକ୍ତରୀ ପଦବୀ ସମେତ ସହସ୍ରାଧିକ ନର୍ସ, କର୍ମଚାରୀ ପଦବୀ ଖାଲି ପଡ଼ିଛି ।ଏବେ ଗ୍ରାମାଞ୍ଚଳରେ ଏକରକମ ସ୍ବାସ୍ଥ୍ୟ ସେବା ବିଗିଡି ଯାଇଛି ।ମୟୂରଭଂଜ ବାସୀ ଉତ୍ତମ ସ୍ୱାସ୍ଥ୍ୟ ହେବାରୁ ବଂଚିତ ।ନିରିହ ଆଦିବାସୀ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ।ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷର ଦାନ ବାନ୍ଧିଲାଣି । ବିଗିଡା ସ୍ବାସ୍ଥ୍ୟ ସେବା ନେଇ ଆଗାମୀ ଦିନରେ ସରକାର ଯଦି ଆବଶ୍ୟକୀୟ ଡାକ୍ତର,ନର୍ସ, କର୍ମଚାରୀ ଏବଂ ଡାକ୍ତରଖାନାକୁ ଅତ୍ୟାଧୁନିକ ,ଲାବ, ଯନ୍ତ୍ରପାତି ଯୋଗାଣ ପାଇଁ ବ୍ୟବସ୍ଥା ନ କରନ୍ତି ତାହାହେଲେ ବିଜେପି ଆନ୍ଦୋଳନପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ବିଧାୟକ ନବ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଦରକାର ପଡିଲେ ଅଣରାଜନୈତିକ ଦଳ ମାନଙ୍କ ଦ୍ବାରା ଆହୂତ ଆନ୍ଦୋଳନରେ ବିଜେପି ସାମିଲ ଓ ସମର୍ଥନ ଦେବ।ମୟୃରଭଂଜର ସ୍ବାସ୍ଥ୍ୟ ସେବାପାଇଁ ଚିଫ ସେକ୍ରେଟାରୀ,ହେଲ୍ଥ ସେକ୍ରେଟାରୀ, ସିଡିଏମଓ ଙ୍କୁ ଲିଖିତ ଜଣାଇଛନ୍ତି ।ତଦ ସହ ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅପାରଗ ସୁପରିଣ୍ଟେଡେଣ୍ଟ ଡଃ ମହାପାତ୍ରଙ୍କ ବଦଳି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ