ସରକାରଙ୍କ କରୋନା ଗାଇଡ୍ ଲାଇନ୍ ଅନୁସାରେ ପୂଜା କରିବାକୁ ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା କମିଟିର ନିଷ୍ପତ୍ତି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଚଳିତବର୍ଷ ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା ସମ୍ପୂର୍ଣ୍ଣ ନିରାଡ଼ମ୍ବର, ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍-୧୯କୁ ଉଚ୍ଚ ସମ୍ମାନ ଏବଂ ବିନା ଭକ୍ତରେ ପୂଜା ପାଠ ଚଳିତବର୍ଷ ଆମ୍ଭ ପୂଜା ମଣ୍ଡପରେ ପୂଜା କମିଟିର ନିଷ୍ପତ୍ତି ନିଆରା ଢଙ୍ଗରେ ଯଥା ମା’ଙ୍କର ମୂର୍ତ୍ତି ଉଚ୍ଚତା ୩ ଫୁଟରୁ ୩ ଫୁଟ ୧୦ଇଞ୍ଚ ମଧ୍ୟରେ ରହିଛି, ବିଗତ ବର୍ଷରେ ସର୍ବ ଦେବାଦେବୀ ମାତ୍ର ଚଳିତବର୍ଷ ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ, ଗଣେଶ, କାର୍ତ୍ତିକେୟ ଓ ମହିସାସୁରର ୪ ଫୁଟରୁ କମ୍, ପୂଜା ମଣ୍ଡପକୁ ପ୍ରବେଶ ପତ୍ର ୭ଜଣଙ୍କ ପାଇଁ କମିଟି ସ୍ଥିର କରିଛି ଯଥା ବ୍ରାହ୍ମଣ-୨, କର୍ତ୍ତାକର୍ତ୍ତୀ-୨, ପରିଚାଳନା କମିଟିରୁ-୨ (ରୋଷ୍ଟର ଅନୁଯାୟୀ), ଏବଂ ସହଯୋଗୀ-୧ଜଣ ମୋଟ ୭ଜଣଙ୍କୁ (ପାସ୍ ସିଷ୍ଟମ) ଅନୁମତି ପ୍ରଦାନ, ଏହିବର୍ଷ ଭସାଣୀ, ସମ୍ବର୍ଦ୍ଧନା ସଭା ଓ ମହାମିଳନ ଯାତ୍ରାକୁ ନିଷିଦ୍ଧ କରାଯାଇଛି ଏବଂ ପ୍ରତିବର୍ଷ ଭଳି ଲଡୁହାଣ୍ଡି ମିଳିବ ନାହିଁ, ମାଇକ ବାଜିବ ନାହିଁ, ଲାଇଟ୍ ଜଳିବ ନାହିଁ ଏବଂ ଭଜନ ସମାରୋହ ହେବ ନାହିଁ । ସରକାରଙ୍କ ଗାଇଡ୍ ଲାଇନ୍ କଡ଼ାକଡ଼ି ପାଳନ କରାଯିବ ବୋଲି ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି ଘୋଷଣା କରିଛନ୍ତି । ମୁହଁରେ ମାସ୍କ ଏବଂ ଦୂରତା ୨ମିଟର ବ୍ୟବଧାନରେ ରହି ବ୍ରାହ୍ମଣମାନେ ପୂଜାପାଠ କରିବାକୁ କମିିଟିର ଯୁଗ୍ମ ସମ୍ପାଦକ ଶ୍ରୀ ହରିହର ଖୁଣ୍ଟିଆ ମତବ୍ୟକ୍ତ କରିଛନ୍ତି । ଶଙ୍ଖ, ଘଣ୍ଟ ଓ ହୁଳହୁଳିରେ ଦୁର୍ଗା ମଣ୍ଡପରେ ମା’ଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯିବ ବୋଲି ଶ୍ରୀମତୀ ରେବତୀ ସ ମତ୍ୟବକ୍ତ କରିଛନ୍ତି । ସମ୍ପୂର୍ଣ୍ଣ ଦୈନିକ ରୀତି, ଗୀତାଯଜ୍ଞ ଏବଂ ଚଣ୍ଡୀପାଠ ମଧ୍ୟରେ ମା’ଙ୍କୁ ପୂଜା କରି, ଅପରାଜିତା, ଅନ୍ନ ପ୍ରଦାନ ପୂର୍ବକ ସମାପନ ହେବ ବୋଲି ମୁଖ୍ୟ ପୂଜକ ଶ୍ରୀ ଦେବେନ୍ଦ୍ର ପାଢୀ ପ୍ରକାଶ କରିଛନ୍ତି । ମା’ ମହାମାରୀ କରୋନାକୁ ସାଙ୍ଗରେ ନେଇଯିବାକୁ ପ୍ରାର୍ଥନା କରାଯାଇଛି ।


