ଜିଲ୍ଲାସ୍ତରୀୟ ସମ୍ବନୀତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ଡେଙ୍ଗୁ, ଡ଼ାଇରୀୟା ମ୍ୟାଲେରିଆ ଯକ୍ଷ୍ମା ଓ କୁଷ୍ଠ ଭଳି ପାଞ୍ଚ ଟି ରୋଗ ର ଜିଲ୍ଲା ସ୍ତରୀୟ ସମ୍ବନୀତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି. ଜୁଲାଇ ୧୦ ତାରିଖ ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଆଶା କର୍ମୀ ମାନେ ଘରକୁ ଘର ଯାଇ ଏହି ସର୍ବେକ୍ଷଣ କାର୍ଯ୍ୟକ୍ରମ କରିବେ. ସମସ୍ତ ଘରେ ଓ ଆର ଏସ ପାଉଡର ଦେବା ସହ ପାଞ୍ଚ ବର୍ଷ ରୁ କମ ପିଲା ମାନଙ୍କୁ ଜ଼ିଙ୍କ ବଟିକା ଦେବାର ବ୍ୟବସ୍ଥା ହୋଇ ହୋଇଛି. ଉପକେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ରେ ଓ ଆର ଏସ କର୍ନର ଖୋଲାଯିବା ସହ ହାତ ଧୁଆ ଓ ଓ ଆର ଏସ ଦ୍ରବଣ ପ୍ରସ୍ତୁତି ସମ୍ପର୍କରେ ତାଲିମ୍ ର ବ୍ୟବସ୍ଥା କରାଯାଇଛି. ଜିଲ୍ଲରେ ୪୯୨୬୪୪ ଗୃହ ପରିଦର୍ଶନ କାରୋବା ସହ ୨୧୨୪୫୮ ପ୍ୟାକେଟ ଓ ଆର ଏସ ବାଣ୍ଟିବାର ଯୋଜନା ରହିଛି ବୋଲି ଡା ମୃତ୍ୟଞ୍ଜୟ ମିଶ୍ର ଜଣାଇଛନ୍ତି. ଏହି ଅବସରରେ ଏକ ସଚେତନତା ପୋଷ୍ଟର ଉନ୍ମୋଚିତ ହୋଇଥିଲା. ଆଜିର ଏହି କାର୍ଯ୍ୟକ୍ରମ ରେ ଡା ପରେଶ ଚନ୍ଦ୍ର ନନ୍ଦୀ, ଡା ଅରୂପ ଅଭିଷେକ ଡା ଶଶାଙ୍କ ଶେଖର ଚୌଧୁରୀ, ଅନିଲ କୁମାର ମହାନ୍ତି, ସୂର୍ଯ୍ୟଜିତ ରାୟ, ଏଲିନା ସାମଲ ଓ ରମଣୀ କାନ୍ତ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ