ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ କୁଶପିତଳିକା ଦାହ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ସ୍ୱାଭିମାନ ରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତିକୟନ ପାଣ୍ଡିଆନଙ୍କ କୁଶପୁତଳିକା ଫକୀରମୋହନ ଗୋଲେଇ ନିକଟରେ ଦାହ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ସଂଜୀବ ଗିରିଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଫକୀରମୋହନ ଗୋଲେଇରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏଥିରେ ଶ୍ରୀ ଗିରି ଅଧ୍ୟକ୍ଷତା କରି କହିଥିଲେ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଡି ଓ ସିବିଆଇର ଧମକ ଦେଇ ଅଣଭାଜପା ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଗିରଫ କରାଉଛନ୍ତି । ସେହି ଭୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତିରିଆ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିଚାଲିଛନ୍ତି । ଓଡ଼ିଶାରେ ଉଭୟ ଦଳ ମଧ୍ୟରେ କଳି ହେଉଥିବା ଲୋକ ଦେଖାଣିଆ ହୋଇଥିବା ବେଳେ ଦିଲ୍ଲୀରେ ଉଭୟ ଦଳ କୋଳାକୋଳି ହେଉଛନ୍ତି । ପୁଣିଥରେ ଓଡ଼ିଆ ଜାତିର ଅସ୍ମିତାକୁ ବଳି ଦେଇ ନବୀନ ପଟ୍ଟନାୟକ ରାଜ୍ୟ ସଭାକୁ ଆଶ୍ୱନୀ ବୈଷ୍ଣବଙ୍କୁ ପଠାଇବା ଲାଗି ବିଧବଦ୍ଧ ଯୋଜନା କରିଛନ୍ତି । ଏହାକୁ ଦଳ ନିନ୍ଦା କରୁଛି ବୋଲି ସେ ଦର୍ଶାଇଛନ୍ତି । ଜନସାଧାରଣ ମଧ୍ୟ ଦୁଇଦଳର ଭିତରି ସମ୍ପର୍କକୁ ବୁଝିସାରିଲେଣି । ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚଣ୍ଡ, ଉପସଭାପତି ଗୋପୀନାଥ ପାଢ଼ୀ, ଯୁବକଂଗ୍ରେସ ଜିଲ୍ଲା ସଭାପତି ରଞ୍ଜନ ଦାସ, ସାଧାରଣ ସମ୍ପାଦକ ତୁଷାରକାନ୍ତ ତପସ୍ୱୀ, ସଦର ଯୁବକଂଗ୍ରେସ ସଭାପତି ଜୀବନ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ