ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ୮ନମ୍ବର ଜୋନର ଜିଲ୍ଲା ପରିଷଦ ସ୍ୱାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ବେହେରା ସେହି ଜୋନର ପ୍ରତ୍େୟକ ଗ୍ରାମରେ ଘରକୁ ବୁଲି ତାଙ୍କର ନିର୍ବାଚନ ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି । ଯେତେବେଳେ କରୋନା ମହାମାରୀ ସାରା ଦୁନିଆକୁ କବଳିତ କରିନେଇଥିଲା ଠିକ ସେହି ସମୟରେ ସମାଜସେବୀ ସନ୍ତୋଷ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ସାରା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲି ମାସ୍କ ଓ ସାନିଟାଇଜର ବଣ୍ଟନ କରି ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ । କେବଳ ସେତିକି ନୁହେଁ ଅନେକ ଗରୀବ ତଥା ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ଏବଂ ରାସନ କିଟ ମଧ୍ୟ ବଣ୍ଟନ କରିଥିଲେ । ମାସ ମାସ ଧରି ସନ୍ତୋଷଙ୍କ ପତ୍ନୀ ଦେବସ୍ମିତା ଘରେ ମାସ୍କ ତିଆରି କରୁଥିବା ବେଳେ ୧୦ବର୍ଷର ଝିଅ ସୀମା ଓ ୧୨ବର୍ଷର ପୁଅ ସୁମିତ ସନ୍ତୋଷ ଏହି କାର୍ଯ୍ୟରେ ମା’ଙ୍କୁ ସାହାଯ୍ୟ କରୁଥିଲେ । ନିଜ ପରିବାରର ପତ୍ନୀ ଓ ପିଲାମାନଙ୍କ ସାହାଯ୍ୟରେ ତିଆରି ହେଉଥିବା ମାସ୍କ ଏବଂ ନିଜ ଅର୍ଜ୍ଜିତ ଅର୍ଥରୁ ସାନିଟାଇଜର କିଣି କରୋନା ସମୟରେ ସାଧାରଣ ଲୋକମାନଙ୍କୁ କରୋନାରୁ ସୁରକ୍ଷା ପ୍ରଦାନ ପାଇଁ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହିତ ସେମାନଙ୍କୁ ସଚେତନତାର ବାର୍ତ୍ତା ଦେଉଥିଲେ । ଦୀର୍ଘ ବର୍ଷ ହେଲା ଲୋକଙ୍କ ମୌଳିକ ଆବଶ୍ୟକତା ଓ ସାମୁହିକ ସମସ୍ୟା ନେଇ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି ସନ୍ତୋଷ । କିନ୍ତୁ ଉଭୟ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି । କିନ୍ତୁ ଜନସାଧାରଣ ବିଶେଷତଃ ଗରିବ, କୃଷକ, ବେରୋଜଗାର ଯୁବକ, ମହିଳାଙ୍କ ମୌଳିକ ସମସ୍ୟା ଗୁଡ଼ିକ ପ୍ରତି ପ୍ରଶାସନ ଅଣଦେଖା କରୁଥିବା ସନ୍ତୋଷ ଅଭିଯୋଗ କରିଛନ୍ତି । ଲୋକମାନଙ୍କର ଶ୍ରଦ୍ଧା, ବିଶ୍ୱାସ ଏବଂ ଭରସା ମୋ ଉପରେ ଅଛି । ଏହାହିଁ ମୋ ଜିତିବାର ମାଧ୍ୟମ ବୋଲି କହିଛନ୍ତି ସନ୍ତୋଷ । ସନ୍ତୋଷ କୁହନ୍ତି ଯେ ଜନସାଧାରଣ ଭଲଭାବେ ଜାଣନ୍ତି ଯେ ମୁଁ ସାଧାରଣ ଜନତାର ସାମାନ୍ୟ ସେବକ, ସମାଜସେବୀଟିଏ । ଏହି ଜୋନର ଗ୍ରାମପଞ୍ଚାୟତ ଗୁଡିକରେ ଇନ୍ଦିରାଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କାଘର, ଭତ୍ତା, ପାଇଖାନା ଯୋଗାଣରେ ଗରିବମାନଙ୍କୁ ଉପେକ୍ଷା କରାଯାଇଛି । ଲାଞ୍ଚକାରବାର ହେତୁ ଗରୀବ ପରିବାର ଏସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସେହିପରି ସୁବିଧାଜନକ ରାସ୍ତା, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ନିବେଦନ, ଦାବୀ ଓ ଆନ୍ଦୋଳନ କରିଛନ୍ତି ସନ୍ତୋଷ । ୮ନମ୍ବର ଜୋନର ମୁଖ୍ୟରାସ୍ତା ସାନ୍ତସାହିପୋଲ ଠାରୁ ଗଣ୍ଡାକିଆ ବର୍ଷସାରା ଖାଲଖମାରେ ପୂର୍ଣ୍ଣ ହୋଇ ଯାତାୟତରେ ଅଚଳାବସ୍ଥା ସୃଷ୍ଟି କରିଛି । ଉନ୍ନତମାନର ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ସେ ଜୋରଦାର ଦାବି କରିଛନ୍ତି । ବିଗତ କରୋନା ମହାମାରୀ ସମୟରେ ଦିନରାତି ଲୋକଙ୍କ ସୁରକ୍ଷା ଦିଗରେ କାମ କରିିଛନ୍ତି ସନ୍ତୋଷ । ୬୦ ହଜାର ମାସ୍କ ଓ ୨୦ ହଜାର ସାନିଟାଇଜର ଲୋକମାନଙ୍କୁ ବାଣ୍ଟିଛନ୍ତି ସନ୍ତୋଷ । ହଜାରରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବାଣ୍ଟିଛନ୍ତି ସେ । କିନ୍ତୁ ସେବା ଏକ ବ୍ୟକ୍ତିଗତ ଚେତନା ଭାବି ସେ ପ୍ରଚାର କରନ୍ତିନି । ତଥାପି ବିଭିନ୍ନ ସଂଗଠନ ସମେତ ପ୍ରଶାସନ ଓ ପୋଲିସ ସଂସ୍ଥା ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧା ଭାବେ ଅନେକଥର ସମ୍ମାନିତ କରିଛନ୍ତି ପଲ୍ଲୀରୁ ଦିଲ୍ଲୀ ଯାଏ ସଭିଏଁ ମୋ ପରିବାର । ଯେଉଁଠି ଥାଏ ଏବଂ ଯେଉଁଠିକି ଯାଏ ସର୍ବଦା ଜନକଲ୍ୟାଣକୁ ମୁଁ ଗୁରୁତ୍ୱ ଦେଇଛି ବୋଲି କହିଛନ୍ତି ସନ୍ତୋଷ । ଜନତାଜନାର୍ଦ୍ଦନଙ୍କ ସେବାହିଁ ଇଶ୍ୱରଙ୍କ ସେବା ବୋଲି ବିଶ୍ୱାସ କରନ୍ତି ସନ୍ତୋଷ । ତାଙ୍କର ଭାବନା, ଭାବମୂର୍ତ୍ତୀ ଓ ଅବଦାନକୁ ବିଚାରକରି ତାଙ୍କୁ ଆଶୀର୍ବାଦ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ସନ୍ତୋଷ ।


