ବିଶ୍ୱ ଶାନ୍ତି ମହାଯଜ୍ଞ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ନୟାପଲ୍ଲୀ ଗ୍ରାମରେ ପିଙ୍ଗଳାକ୍ଷ ମହାବୀରଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଅଛି । ଗ୍ରାମବାସୀଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇ ଯଜ୍ଞବେଦୀରେ ଅଙ୍କୁରାରୋପଣ ଓ ସର୍ବ ଦେବାଦେବୀ ଆବାହନ ଏବଂ ମହାବୀରଙ୍କ ଷୋଡ଼ଶ ଉପଚାର ପୂଜା ଓ ସର୍ବଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ପ୍ରସାଦ ସେବନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଗ୍ରାମର ବିଜୟ କୁମାର ନାୟକ, ଦାଶରଥୀ ଖୁଣ୍ଟିଆ, ପ୍ରଭାତ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ଟୁକୁନା ନାୟକ, ଉମେଶ ଚନ୍ଦ୍ର ନାୟକ ଓ ସନ୍ତୋଷ କୁମାର ପ୍ରଧାନ । ଗ୍ରାମବାସୀଙ୍କ ପକ୍ଷରୁ ନାରାୟଣ ଖୁଣ୍ଟିଆ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ