ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସବୁ ଅଞ୍ଚଳରେ ନକଲି ଓ ବେଆଇନ ମଦ କାରବାର ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ତହସିଲସ୍ତରୀୟ ଅବକାରୀ ସ୍କ୍ୱାଡ୍ ନିୟମିତ ଚଢଉ ଜାରି ରଖିବା ସହ ଏଭଳି କୌଣସି ବେଆଇନ ମଦ କାରବାରକୁ ଆଦୌ ପ୍ରୟାସ ନ ଦେବାକୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ସଂସ୍ଥା ଗୁଡିକୁ ଜାଗା ଚିହ୍ନଟ ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବାକୁ କୁହାଯାଇଛି । ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଗୁଡିକୁ ନିଜସ୍ୱ ନାମରେ ଜମି ପଟ୍ଟା ପ୍ରଦାନ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ । ତହସିଲ ଗୁଡିକର ବିଭିନ୍ନ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । କରୋନାରେ ମୃତକଙ୍କ ପରିବାର ତଥା ତାଙ୍କ ଉତ୍ତରାଧିକାର୍ରୀ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ସଠିକ୍ ସମୟରେ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯିବ । ଜିଲ୍ଲାରେ ବାଲ୍ୟ ବିବାହମୁକ୍ତ ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ । ଏଥିପାଇଁ ତୃଣମୂଳସ୍ତରରେ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ନିୟମିତ ସଡକ ସୁରକ୍ଷା ବୈଠକ କରି ଦୁର୍ଘଟଣା ରୋକିବା ଦିଗରେ ପଦକ୍ଷେପ ନେବା ସହ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ଏବଂ ନୂତନ ଲାଇସେନ୍ସ ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ବକେୟା ବେବନ୍ଦୋବସ୍ତ ମାମଲାକୁ ବନ୍ଦୋବସ୍ତ କରିବା ପାଇଁ ତ୍ୱରିତ ପ୍ରକ୍ରିୟା କରିବା ଏବଂ ଜିଲ୍ଲାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବା ୮୧ କୋଟି ଟଙ୍କା ରାଜସ୍ୱ ଆଦାୟ ଦିଗରେ ସମୀକ୍ଷା କରି ଗୁରୁତ୍ୱ ଦେବାକୁ କହିଛନ୍ତି । ଦୀର୍ଘଦିନ ରହିଥିବା ହିତାଧିକାରୀଙ୍କ ଗ୍ରାମକଣ୍ଠକ ସମସ୍ୟାକୁ ରାଜ୍ୟ ସରକାରଙ୍କ ନୂତନ ଗାଇଡ୍ ଲାଇନ୍ ମଧ୍ୟରେ ଜିଲ୍ଲାର ସବୁ ଗ୍ରାମକଣ୍ଠକ ହିତାଧିକାରୀଙ୍କୁ ପଟ୍ଟା ଦେବା ଲାଗି ଆମକୁ ପଦକ୍ଷେପ ନେବାର ରହିଛି । ସରକାରଙ୍କ ନୂଆ ନିୟମ ଅନୁସାରେ ବର୍ଦ୍ଧିତ ଅବଧିକୁ ନେଇ ଗ୍ରାମକଣ୍ଠକ ପଟ୍ଟା ପରିବର୍ତ୍ତନ ପାଇଁ ବିଭିନ୍ନ ତହସିଲ ଅଧୀନରେ ଥିବା ହିତାଧିକାରୀଙ୍କଠୁ ଆବେଦନ ଗ୍ରହଣ କରାଯାଉଛି । ଆଜି ସୁଦ୍ଧା ଜିଲ୍ଲାର ୫୦ ହଜାରରୁ ଅଧିକ ହିତାଧିକାରୀଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇଛି । ଆଗକୁ ମଧ୍ୟ ବାକି ରହିଥିବା ଗ୍ରାମକଣ୍ଠକ ହିତାଧିକାରୀଙ୍କ ଦରଖାସ୍ତ ଗ୍ରହଣ କରି ସବୁ ହିତାଧିକାରୀଙ୍କୁ ତୁରନ୍ତ ପଟ୍ଟା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ତହସିଲସ୍ତରରେ ଥିବା ସମସ୍ତ ଖଣିଜ ଦ୍ରବ୍ୟ ସୈରାତ୍ ଗୁଡିକ ଉପରେ ତୀକ୍ଷଣ ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ବାକି ଥିବା ୨୦୦ରୁ ଅଧିକ ସୈରାତ୍ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି । ଏହାସହ ପ୍ରତ୍ୟେକ ସମୟରେ ଖଣିଜ ଦ୍ରବ୍ୟ ଚୋରା ଚାଲଣ ଉପରେ ଘନଘନ ଚଢଉ ଜାରି ରଖିବା ପାଇଁ କୁହାଯାଇଛି । ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାଷନ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ଡେପୁଟି କଲେକ୍ଟର (ରାଜସ୍ୱ)ରାଜକିଶୋର ଜେନା, ଜିଲ୍ଲା ରାଜସ୍ୱ ବିଭାଗର ଅଖିଳ କୁମାର ସାବତ, ଅବକାରୀ, ପରିବହନ, ମାପଓଜନ ବିଭାଗର ଅଧିକାରୀଙ୍କ ସହ ସବୁ ତହସିଲଦାରମାନେ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।