ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅଭିନବ ଉପାୟ ବ୍ୟବହାର ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକର ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ପ୍ରାଥମିକ ଅଭିନବ ଉପାୟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟର ସମସ୍ୟା ଓ ତା’ର ସମାଧାନ ଓ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଉପଲବ୍ଧ ଜ୍ଞାନର ବିକାଶ ପାଇଁ ଅଭିନବ ଉପାୟର କିଭଳି ବ୍ୟବହାର କରାଯାଇପାରିବ ସେଥିପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ କେନ୍ଦ୍ରାପଡା ବ୍ଲକର ୧୭ଟି କ୍ଲଷ୍ଟରର ୧୭ଜଣ ସି.ଆର.ସି.ସି.ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଡଃ.ମିନାକ୍ଷୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ପ୍ରଶିକ୍ଷିକା ଦିଲ୍ଲିପ କୁମାର ସାହୁ,ବିଦୁଲତା ସାହୁ,ଲୋପାମୁଦ୍ରା ପଣ୍ଡା,ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।