ଜିଲ୍ଲା ସରକାରୀ ଆଇନଜୀବି ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ହଜାରଟଙ୍କା ପ୍ରଦାନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସରକାରୀ ଆଇନଜୀବି ସଙ୍ଘ ପକ୍ଷରୁ କୋଭିଡ -୧୯ର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠିକୁ ୫୧ହଜାର ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ବୁଧବାର ପ୍ରଦାନ କରାଯାଇଛି । ସଙ୍ଘ ପକ୍ଷରୁ ଜିପି ଗୋବର୍ଦ୍ଧନ ରାଉତ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସ୍ୱତନ୍ତ୍ର ପିପି ଗୋକୁଳିରଞ୍ଜନ ଦାସ, ମନୋଜ କୁମାର ସାହୁ, ନିହାର ରଞ୍ଜନ ମହାପାତ୍ର, ରମାକାନ୍ତ ସ୍ୱାଇଁ, ଅଜୟ ମହାନ୍ତି, ସୁରେଶ ଚନ୍ଦ୍ର ନାୟକ, ମାନସରଞ୍ଜନ ଧଳ, ନିରଞ୍ଜନ ବଳ, କୁଞ୍ଜବିହାରୀ ପରିଡା, ସେକ ଅଜିମୁଦ୍ଦିନ, ବ୍ରଜସୁନ୍ଦର ରାଉତ, ତମସା ପାତ୍ର, କଳାକାର ରାଉତ, ରାଜେନ୍ଦ୍ର କୁମାର ମିଶ୍ର, ଅରୁଣ କୁମାର ସାମଲ, ପ୍ରତିମା ଓଝା, ସୁବ୍ରତ ରଥ, ପ୍ରଭାତ ଜେନା, ହରପ୍ରିୟା ସ, ବୃନ୍ଦାବନ ନନ୍ଦ, ବୀରକିଶୋର ମହାନ୍ତି, ନଳିନୀ ମଙ୍ଗରାଜ, ଠୁକୁଲା ସାମନ୍ତରାୟ, ସରୋଜ କୁମାର ଜେନା, ସେକ ଅଫସର ଅଲ୍ଲୀ, ରବିନ୍ଦ୍ର କୁମାର ଦାସ, ଭୀମସେନ ପ୍ରଧାନ, ସୁଶିଲ କୁମାର ଦାସ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଏହି ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ