ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସଚ୍ଚିଦାନନ୍ଦ ନାୟକଙ୍କ ଦାୟିତ୍ଵ ଗ୍ରହଣ

 ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଫୁଲତୋଳା ଦେଇ ସ୍ୱାଗତ  

ଛତ୍ରପୁର, (ଦେବଦତ୍ତ ମହାରଣା): ୨୦୦୦ ମସିହା ବ୍ୟାଚ ର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ବୁଧବାର ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା ପିଡ଼ି )ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ସେପ୍ଟେମ୍ବର ୮ ତାରିଖ ଚିଠି ନମ୍ବର ୨୪୦୨୩ ପ୍ରକାରେ ଶ୍ରୀ ନାୟକ ଆଜି ଦାୟିତ୍ଵ ଗ୍ରହଣ କରିଥିବା ବେଳେ ପୂର୍ବରୁ ଏଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ସୁଦାମ ଚରଣ ମଣ୍ଡଳ ଏମକେସିଜି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛି। ଶ୍ରୀ ନାୟକ ପୂର୍ବରୁ  ଏମକେସିଜି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଭାବେଦାୟିତ୍ୱ ସୂଚରୁ ରୂପେ ତୁଲାଇବା ସହ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରି ଆସିଛନ୍ତି‌ ।    ଛତ୍ରପୁର ଅତିରିକ୍ତ ଉପ -ଜିଲ୍ଲାପାଳ ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରିଟେନିଙ୍ଗ ଅଫିସର ଭାବେ ମଧ୍ୟ ଦାୟିତ୍ୱ ସଠିକ ଭାବେ ତୁଲାଇଥିଲେ l ଏହାପୂର୍ବରୁ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଡ଼ିଓ ଭାବେ ଦାୟିତ୍ଵ ତୁଲାଇ ଛତ୍ରପୁର ବ୍ଲକ ଅଞ୍ଚଳର  ବିକାଶ ପାଇଁ ତାଙ୍କର  ଉଦ୍ୟମ ଅତୁଳନୀୟ। ଏହି ଅବସରରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।  ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ବେଳେ ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଉପ ସଭାପତି ସୁଧିର କୁମାର ନାହାକ ଓ ଦିଲ୍ଲିପ କୁମାର ସାମଲ, ସହ ସମ୍ପାଦକ କେ ସତ୍ୟନାରାୟଣ ରେଡ୍ଡୀ ଓ ଇଜୁ ଅମିନ ଖାନ୍,  ଉପଦେଷ୍ଟା ବସନ୍ତ କୁମାର ମହାରଣା,   ସାମ୍ବାଦିକ ଅଜିତ ସ୍ୱାଇଁ, ସନ୍ତୋଷ କୁମାର ସାହୁ,ସୁଜୟ ସୁ ପ୍ରକାଶ ଧଳ,ଦେବବ୍ରତ ପଣ୍ଡା, କେ ରମେଶ, ପ୍ରଦୀପ କୁମାର ସାହୁ, ଅଶୋକ ବେହେରା, କିଶୋର ମହାନ୍ତି, ସନ୍ତୋଷ କୁମାର ସାହୁ, ଗୌର ପ୍ରସାଦ ମହାପାତ୍ର, ବିରେନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ