ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର , (ଯୁଗାବ୍ଦ ନୁୂ୍ୟଜ୍) : ଯାଜପୁର ଜିଲ୍ଲା ଅଶୋକ ଫାଉଣ୍ଡେସନ ଓ ବିଜୁ ଜନତା ଦଳ ପକ୍ଷରୁ ଲଳତିଶ୍ୱେର ଅମ୍ବିକା ମଣ୍ଡପ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଥିଲେ । ଏହା ପରେ କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ଅଧକ୍ଷ ପ୍ରଦୀପ ନାୟକ ସମେତ ବିଜୁ ଜନତା ଦଳର ବହୁ ଯୁବକ ରକ୍ତ ଦାନ କରିଥିଲେ ।ଏହା ସହ ନିକଟସ୍ଥ ଅଂଚଳର ବହୁ ଯୁବକ ରକ୍ତ ଦାନ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ ଓ ବିଜୁ ଜନତା ଦଳ ପକ୍ଷରୁ ପରିଚାଳନା କରାଯାଇଥିଲା ।