ଜୁଲାଇ ୨୩ ରୁ ବାଘୁଆ କେନାଲରେ ଜଳ ଯୋଗାଣ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବାଘୁଆ ଜଳ ଭଣ୍ଡାରରୁ ଆସନ୍ତା ଜୁଲାଇ ୨୩ ତାରିଖ ଠାରୁ ଖରିଫ ଫସଲ ୨୦୨୨ ପାଇଁ ବାଘୁଆ କେନାଲରେ ପାଣି ଛାଡିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିବା ବାଘୁଆ ଜଳଭଣ୍ଡାରର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସ୍ବାଇଁ ପ୍ରକାଶ କରିଛନ୍ତି। ଗତ ଜୁଲାଇ ୧୬ ତାରିଖରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତି ରେ ବାଘୁଆ ଜଳଭଣ୍ଡାରର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇ ବାଘୁଆ କେନାଲରେ ଜଳ ଯୋଗାଣ ନେଇ ଆଲୋଚନା ହୋଇଥିଲା । ଖରିଫ ଫସଲ ପାଇଁ ଜୁଲାଇ ୨୩ ତାରିଖ ଠାରୁ କେନାଲରେ ଜଳ ଛାଡିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିଲା । ସେହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି, ପୋଲସରା ବ୍ଲକ କୃଷି ଅଧିକାରୀ ସ୍ୱାଗତିକା ପଟ୍ଟନାୟକ, ବାଘୁଆ ଜଳଭଣ୍ଡାର ସହକାରୀ ଯନ୍ତ୍ରୀ ଇଂ ବିଜୟ ଲକ୍ଷ୍ମୀ ସାହୁ ଓ ଇଂ କେଶବ ଖଟେଇ, ଧନେଇ ଜଳଭଣ୍ଡାର ସହକାରୀ ଯନ୍ତ୍ରୀ ଇଂ ସତ୍ୟ ସୁନ୍ଦର ପାତ୍ର ଓ ଇଂ ଏସ.କେ.ପଣ୍ଡା , ଉଭୟ ବ୍ଲକର ଉଦ୍ୟାନ ବିଭାଗ ଅଧିକାରୀ ଦ୍ୱୟ, ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ । ସେହିପରି ଧନେଇ ଜଳଭଣ୍ଡାରରୁ ମଧ୍ୟ କେନାଲରେ ଖରିଫ ଫସଲ ପାଇଁ ଜଳ ଛଡାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ