ଜ୍ଞାନଶ୍ରୀର ଚଳନ୍ତି ଦେବତା କାର୍ଯ୍ୟକ୍ରମ
ବାଲେଶ୍ୱର : ସମାଜରେ ପରିଣତ ବୟସରେ ପିତାମାତାଙ୍କ ପ୍ରତି ଅନାଦାର ଏବଂ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ବୃଦ୍ଧାଶ୍ରମର ସଂଖ୍ୟା ବଢିଚାଲିବା ଆମର ପରବର୍ତ୍ତୀ ପିଢି ପାଇିଁ ଏକ ସତର୍କ ଘଣ୍ଟି । ସନ୍ତାନସନ୍ତତିଙ୍କ ମଧ୍ୟରେ ପିତାମାତାଙ୍କ ପ୍ରତି ଭକ୍ତି ଭାବନା ଏବଂ ଭଲପାଇବା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜ୍ଞାନଶ୍ରୀ ପକ୍ଷରୁ ଆରମ୍ବ କରାଯାଇଥିବା ଚଳନ୍ତି ଦେବତା କାର୍ଯ୍ୟକ୍ରମରେ ପିତାମାତାଙ୍କୁ ସମର୍ପିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କୁରୁଡାସ୍ଥିତ ଆରଡିଏମ ଡ୍ୟାନ୍ସ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରକୁ ରେମୁଣାର ବିଧାୟକ ସୁଧାଂଶୁ ଶେଖର ପରିଡା ଉଦ୍ଘାଟନ କରିଥିବାବେଳେ ମାସିକ ପାରିବାରିକ ପତ୍ରିକା ରେବତୀ – ଆମ ମାଟିର କଥାର ସଂପାଦିକା ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପିତାମାତାଙ୍କୁ ସମର୍ପିତ ଚଳନ୍ତି ଦେବତା କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ସେମାନଙ୍କ ପିତାମାତାଙ୍କ ପ୍ରତି ଭଲପାଇବା ବୃଦ୍ଧିରେ ନିଶ୍ଚିତ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଆୟୋଜିତ ବୈଠକରେ ଜ୍ଞାନଶ୍ରୀର ସଂପାଦକ ପ୍ରଶାନ୍ତ କୁମାର ପଟେଲ ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍୍ୟରେ ସାହିତ୍ୟିକା ଅଞ୍ଜଳି ପଣ୍ଡା, ସରପଂଚ ବାସନ୍ତୀ ଗିରିଙ୍କ ସମେତ ଜ୍ଞାନଶ୍ରୀର ଉପଦେଷ୍ଟା ଜଳଧର ପଣ୍ଡା, ଦିଲ୍ଲୀପ କୁମାର ନାୟକ, ବିକାଶ ଦାସ ପ୍ରମୂଖ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥବାବେଳେ ଉପଦେଷ୍ଟା କାର୍ତିକ ଚନ୍ଦ୍ରଗିରି ଧନ୍ୟବାଦ ଅର୍ପଣ କରିଥିଲେ । ତିନୋଟି ବିଭାଗରେ ଆୟୋଜିତ ଚଳନ୍ତି ଦେବତା ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସହିତ ବିଚାରକ ଭାବରେ ଚିତ୍ରଶିଳ୍ପୀ ମରୁତ ଦାସ,ଗଦାଧର ମହାନ୍ତି ,ଅରୁଣ ବାରିକ , ଦେବାଶିଷ ପତି ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗିମାନଙ୍କୁ ଅତିଥମାନଙ୍କ ଦ୍ୱାରା ମାନପତ୍ର,ପୁଷ୍ପବୃକ୍ଷ ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ସଦସ୍ୟ ଆଦିତ୍ୟ ଉପାଧ୍ୟାୟ ଏବଂ ଭବାନୀ ଶଙ୍କର ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଦସ୍ୟ କୈଳାସ ଦାସ,ରାକେଶ ବେହେରା,ଅଜୟ ସିଂ,ଶ୍ୱସ୍ତିକ ମହାପାତ୍ର,ଜଜାତି ଜେନା ପ୍ରମୂଖ ସହଯୋଗ କରିଥିଲେ ।