ଜୟପୁରରେ ମନ୍ଦିର ପରିସରରେ ହେବ ରଥଯାତ୍ରା ନିତିକାନ୍ତ : ଜିଲାପାଳ
ଜୟପୁର, (ଓ୍ବାଇଏନ୍ଏସ୍) : ଜୟପୁରରେ ମନ୍ଦିର ବାହାରେ ରଥ ଯାତ୍ରା ହେବ ନାହିଁ ଜିଲାପାଳ ମଧୁ ସୁଦନ ମିଶ୍ର ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏନେଇ ତହସିଲଦାରଙ୍କୁ ନିଦ୍ଦେଷ ଆସିଛି । ସ୍ୱତନ୍ତ୍ର ରିଲିଫ କମିଶନର ୩୦୫୭/ଆରଏବଂ ଡିଏମ ୧.୬.୨୦ଙ୍କ ରାଜ୍ୟ ସରକାର ଙ୍କ ଅନୁଯାୟୀ ଏବଂ ଗୃହ ବିଭାଗ ଙ୍କ ନିଦ୍ଦେଷ ଅନୁଯାୟୀ ୪୦/୩/୨୦୨୦/ଡିଏମୟ/୧୯୯(ଏ) ଅନୁଯାଇ ଜୟପୁର ଦେବୋତର ବିଭାଗ ଯେଉଁ ରଥ ଯାତ୍ରା କରିବା ପାଇଁ ପ୍ରସ୍ତାବ ଦେଇଥିଲେ କୋଭିଡ-୧୯ କୁ ଆଖି ଆଗରେ ରଖି ଏସପି ଆଲୋଚନା କରି ପାରମ୍ପରକି ରଥ ଯାତ୍ରା ପାଳନକୁ ବନ୍ଦ କରିଛନ୍ତି । ମନ୍ଦିର ବାହାରେ ରଥ ଟଣା ହେବା ନାହିଁ ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି । ଯେ କୈଣସି ପରିସ୍ଥିତିରେ ଭକ୍ତଙ୍କ ପ୍ରବେଶକୁ କଡାକଡି ଭାବେ ବନ୍ଦ କରାଯାଇ ଥିବା ଜିଲାପାଳଙ୍କ ନିଦ୍ଦେଷରେ ରହିଛି । ମନ୍ଦିର ପରିସରରେ କମ ସଂଖ୍ୟାରେ ସେବାୟତକୁ ନେଇ ସାମାଜିକ ଦୁରତା ସହ ମାସ୍ଲ ବ୍ୟବହାର, ସାନିଟାଇଜର ବ୍ୟବହାର କରି ନିତିକାନ୍ତ ସାମାପନ କରିବାକୁ ନିଦ୍ଦେଷ ରହିଛି । ନିଦ୍ଦେଷ ନାମା ପାଇବା ପରେ ଜୟପୁର ଦେବୋତର ବିଭାଗର ବୈଠକ ବସିଥିଲା । ବୈଠକରେ ମନ୍ଦିର ପରିସରରେ ଛୋଟ ରଥ ନିର୍ମାଣ କରାଯିବ । ରିତିନିତି ଅନୁଯାଇ ତା ପରଦିନ ରଥ ଟଣା ହେବ । ନାରାୟଣ ମନ୍ଦିରରେ ଶ୍ରୀ ଜିଉ ଗୁଣ୍ଡିଚା କରାଯିବ । ଭଗବତି ମନ୍ଦରକୁ ମାଉସିମା ମନ୍ଦିର କରାଯିବ। ସହ ୪ ୦ ଜଣ ଭ୍କ୍ତ ମଧ୍ୟରେ ଯାତ୍ରା ସମାପନ ହେବ। ନେଇ ସ୍ଥର ।