ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ପୁରୀ (ଯୁଗାଦ୍ଦ ନୁଜ୍ୟ): ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ବୀରହରେକୃଷ୍ଣପୁର ଛକଠାରେ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍ଥାପିତ ସହିଦ୍ ଜୟୀ ରାଜଗୁରୁଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି ।
ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଜୟୀ ରାଜଗୁରୁଙ୍କ ପୂର୍ଣ୍ଣାବୟବକୁ ଅନାବରଣ କରିଥିଲେ । ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି କମିଶନର ମନୋରଞ୍ଜନ ପାଣିଗ୍ରାହୀ, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସହିଦ ଜୟୀରାଜଗୁରୁ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ମୁକ୍ତି ମଣ୍ଡପ ପଣ୍ଡିତ ସଭାର କର୍ମକର୍ତ୍ତା ସୂର୍ଯ୍ୟ ନାରାୟଣ ରଥଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ବୀରହରେକୃଷ୍ଣପୁର ଗ୍ରାମବାସୀଙ୍କ ପକ୍ଷରୁ ଭଗବାନ ମିଶ୍ର, ଚିନ୍ମୟ ମିଶ୍ର, ରବିନାରାୟଣ ଦାସ, ଉମାକାନ୍ତ ରଥ, ପ୍ରସନ୍ନ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦର ଜିଲ୍ଲା ସଭାପତି ଗଙ୍ଗାଧର ପ୍ରଧାନ, ଲକ୍ଷ୍ମୀଧର ସ୍ୱାଇଁ, ହରିହର ଜେନା ପ୍ରମୁଖଙ୍କ ସହ ନୂଆପାଟଣା, ରେଣ୍ଡୁଅ, ପଟ୍ଟନାୟକ ସାହି, ପଞ୍ଚମୁହାଁ, ଗୋଲାସାହି, ଲାଉକେରା ଆଦି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରିଷଦ ସମ୍ପାଦକ ଜଟାଧାରୀ ମିଶ୍ର ଓ ପୂର୍ଣ୍ଣଚନ୍ଦ୍ର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ