ଝରାଡିହି ରେ ଅଭିଯୋଗ ସେବାକେନ୍ଦ୍ର ଉଦଘାଟିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ);ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଅନ୍ତର୍ଗତ ଝରାଡିହି ଠାରେ ହ୍ୟୁମାନ୍ ରାଇଟ୍ସ ଫ୍ରଣ୍ଟ ପକ୍ଷରୁ ଅଭିଯୋଗ ସେବା କେନ୍ଦ୍ର ଉଦଘାଟିତ ହୋଇ ଯାଇଛି।  ଆଜି ୭୪’ତମ ସ୍ବାଧିନତା ଦିବସ ଅବସରରେ ଝରାଡିହି ଠାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ପକ୍ଷରୁ ଅଭିଯୋଗ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।ପ୍ରଥମେ ସେବା କେନ୍ଦ୍ର ପରିସରରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରାଯାଇ ସ୍ବାଧିନତା ଦିବସ ପାଳିତ ହୋଇଥିଲା ଏହା ପରେ ଝରାଡିହି ରାଜସ୍ବ ନିରୀକ୍ଷକ ଶ୍ରୀମତୀ ଗୀତିକୃଷ୍ଣ ଦାସ ଫିତା କାଟି ଅଭିଯୋଗ ସେବା କେନ୍ଦ୍ର କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ।
ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ସଂଗଠନର ରାଜ୍ୟ କନଭେନର ରାଜୀବ ପଟ୍ଟନାୟକ ଓ ରାଜ୍ୟ କୋଅର୍ଡିନେଟର ରମେଶ୍ ଭାରତୀଙ୍କ ମାର୍ଗଦର୍ଶନ ଓ ତତ୍ବାବଧାନରେ ଝରାଡିହି ଠାରେ ଏହି ଅଭିଯୋଗ ସେବା କେନ୍ଦ୍ର ର ଶୁଭାରମ୍ଭ କରାଯାଇଛି।ଅଭିଯୋଗ ସେବା କେନ୍ଦ୍ର ଝରାଡିହି ଶାଖା ର ପରିଚାଳନା ଦାୟିତ୍ବରେ ବାମନଘାଟୀ ଉପଖଣ୍ଡ କନଭେନର ଭାବେ ହେମନ୍ତ କୁମାର ବାରିକ ଓ କୋ କନଭେନର ଶୁଭ୍ରାଂଶୁ ରଞ୍ଜନ ମଣ୍ଡଳ ରହିଛନ୍ତି।କାର୍ଯ୍ୟାଳୟର ଉଦ୍ଘାଟନ ଓ ପତାକା ଉତ୍ତୋଳନ ବେଳେ ଆନନ୍ଦ ବାରିକ,ସଞ୍ଜୟ ହେମ୍ବ୍ରମ,ନଗେନ୍ଦ୍ର ବାରିକ ଓ ସିଙ୍ଗ୍ରାୟ ହାଁସଦାଃ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅତ୍ୟାଚାରିତ,ନିର୍ଯ୍ୟାତିତ ଓ ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ସାଧାରଣ ଲୋକଙ୍କୁ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ର ଏହି ଅଭିଯୋଗ ସେବା କେନ୍ଦ୍ର ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ବାମନଘାଟୀ ଉପଖଣ୍ଡ କନଭେନର ହେମନ୍ତ କୁମାର ବାରିକ ଓ କୋ କନଭେନର ଶୁଭ୍ରାଂଶୁ ରଞ୍ଜନ ମଣ୍ଡଳ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ