ଝାରଖଣ୍ଡରେ କରମା ଡାଲ ବିସର୍ଜନ କରିବାକୁ ଯାଇ ସାତ ବାଳିକାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ
ନୂଆଦିଲ୍ଲୀ: ଲାତେହାର ଜିଲ୍ଲାର ବାଲୁମାଥ ଥାନା ଅଂଚଳ ଅନ୍ତର୍ଗତ ମନନଡିହ ଗାଆଁରେ ଶନିବାର ଦିନ ପୋଖରୀରେ ବୁଡ଼ି ସାତଜଣ ବାଳିକାଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ସମସ୍ତ ବାଳିକା କରମା ପୂଜା ପରେ ଡାଳକୁ ବିସର୍ଜନ କରିବାକୁ ଗାଆଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ । ଏହି ସମୟରେ ସମସ୍ତ ବାଳିକା ବୁଡ଼ିଯାଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଥିଲା । ମୃତକ ବାଳିକାମାନେ ହେଲେ ରେଖା କୁମାରୀ(୧୮), ରୀନା କୁମାରୀ(୧୬) ଏବଂ ଲକ୍ଷ୍ମୀ କୁମାରୀ(୧୨) ନିଜ ଭଉଣୀ ଅଟନ୍ତି । ଅନ୍ୟ ମୃତକମାନେ ହେଲେ ସୁଷମା କୁମାରୀ(୧୨), ପିଙ୍କି କୁମାରୀ(୧୮), ସୁନୀତା କୁମାରୀ(୨୦) ଏବଂ ବାସନ୍ତୀ କୁମାରୀ(୧୨) ଅଟନ୍ତି ।


