ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜମାର୍ଗ ସହିତ ଯୋଡିହେବ କୋଲକାତା- ଥାଇ ରାଷ୍ଟ୍ରଦୂତ
କୁଶୀନଗର : ଭାରତରେ ଥାଇଲାଣ୍ଡର ରାଷ୍ଟ୍ରଦୂତ ପଟ୍ଟାରଟ ହୋଙ୍ଗଟୋଗ କହିଛନ୍ତି ଯେ, ମହାତ୍ୱକାଂକ୍ଷୀ ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିପାକ୍ଷିକ ଆର୍ନ୍ତଜାତିକ ମାର୍ଗ ଦ୍ୱାରା ଇଣ୍ଡୋ-ଥାଇ- ମିଆଁମାରର ସମ୍ବନ୍ଧ ଆହୁରି ପ୍ରଗାଢ଼ ହେବ ।ଆହୁରି ମଧ୍ୟ ସେ କହିଥିଲେ ଯେ, ସଡ଼କ ପଥ ସମ୍ପୂର୍ଣ୍ଣ ହେବା ଦ୍ୱାରା ତିନି ଦେଶ ମଧ୍ୟରେ ବ୍ୟାପାର, ପର୍ଯ୍ୟଟନ ଓ ସାଂସ୍କୃତିକ ଭାବର ଆଦାନ ପ୍ରଦାନ ବଢିବ । ତିନି ଦେଶ ମିଳିତ ଭାବେ ୧୪୦୦ କିମି ଦୀର୍ଘ ରାଜମାର୍ଗ ନିର୍ମାଣ ଉପରେ କାର୍ଯ୍ୟ କରୁଛନ୍ତି । ଥାଇଲାଣ୍ଡ ଓ ମିଆଁମାରର ସଡ଼କ ପଥ ଭାରତ ସହିତ ଯୋଡିହେବା ଦ୍ୱାରା ତିନି ଦେଶର କାରବାର, ବ୍ୟାପାର, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ଥାଇ ରାଷ୍ଟ୍ରଦୂତ ଶନିବାର ଦିନ କୁଶୀନଗର ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏହି ସୂଚନା ଦେଇଛନ୍ତି ।


