ଝୁଲଣ ଉସ୍ରବ ଉଦଘାଟନ
କୋଣାର୍କ ,(ଯୁଗାବ୍ଦ ନ୍ୟୁଜ୍) କୋଣାର୍କସ୍ଥିତ ସ୍ୱର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ନାଟ୍ୟ ମଣ୍ଡପ ପ୍ରାଙ୍ଗଣରେ ୨୦୧୯ ଝୁଲଣ ଉସ୍ରବ ନାଟ୍ୟ ସଭାପତି ଖଗେଶ୍ୱର ଖଣ୍ଡାୟତ ଙ୍କ ସଭାପତିତ୍ୱରେ ଉଦଘାଟନ ହୋଇଯାଇଛି । ଏହି ଝୁଲଣ ଉସ୍ରବ ଅଗଷ୍ଟ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୫ ତାରିଖ ଦିନ ଶେଷ ହେବ । ଏହି କାର୍ୟ୍ୟକ୍ରମରେ ଅତିଥିରୁପେ କୋଣାର୍କ ଜବାହାରଲାଲ ନେହୁରୁ ବିଦ୍ୟାଳୟର ଅଧକ୍ଷ ମଲେଶ୍ୱର ରାଓ ,ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମ କୃର୍ଷ୍ଣ ମହାପାତ୍ର ,ସାହିତ୍ୟିକ୍ ରବିନ୍ଦ୍ର ନାଥ ବାହିନୀପତି ଶୋଭନୀୟ ଶିକ୍ଷାଶ୍ରମର ଅଧକ୍ଷା ରୁକ୍ମୁଣୀ ଦେବୀ ,ସ୍ୱର୍ଗତ ଗୁରୁ ଗଙ୍ଗାଧରଙ୍କ ପତ୍ନୀ ସୁଲୋଚନା ପ୍ରଧାନ ପ୍ରମୁଖ ଯୋଗ ଦେଇ ଦ୍ୱିପ ପ୍ରଜ୍ୱଳନ କରିଥିଲେ । ଏହି ଉସ୍ରବରେ ବିଭିନ୍ନ ସ୍ଥାନରୁ ଆସିଥିବା ନାଟ୍ୟ ଓ କଳା ସଂସ୍କୃତିକୁ କାର୍ୟ୍ୟକ୍ରମକୁ ୫ ଦିନ ଧରି ଚାଂଲିବ । ଏହି ଉସ୍ରବକୁ ଗୁରୁପାଦ ବଳିୟାର ସିଂ ଓ ଗୁରୁଜୟ କୃର୍ଷ୍ଣ ନାୟକ ପ୍ରମୁଖ ପରିଚାଳନା ଦାଇତ୍ୱ ଗ୍ରଂହଣ କରିଛନ୍ତି ।


