୩ ନାବାଳକ , ୧ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲାର ଯାଜପୁର ପୋଲିସକୁ ମିଳିଛି ସଫଳତା । ଜିଲ୍ଲାରେ ନିୟୋଜିତ ଥିବା ଶିଶୁ ଶ୍ରମିକ ମାନଙ୍କୁୂ ଉଦ୍ଧାର କରି ପରିବାରଙ୍କୁ ଶିଶୁ ମାନଙ୍କୁ ହସ୍ତାନ୍ତର କରି ପାଠ ପଢାଇବା ପାଇଁ ବିଭିନ୍ନ ସମୟରେ ପୋଲିସ ତରଫରୁ ସଚ୍ତେନତା କରାଯାଉଛି । ଏହା ସହ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ତରଫରୁ ପ୍ରତିଦିନ ପ୍ରଚାର କରାଯାଇଛି କିନ୍ତୁ କିଛି ସ୍ଥାନରେ ଏବେ ମଧ୍ୟ ଶିଶୁ ଶ୍ରମିକ ମାନେ କାର୍ଯ୍ୟକରୁଥିବାର ଦେଖିବାକୁ ମିଳିଛି । ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଜଣ ନାବାଳକଙ୍କୁ ଉଦ୍ଧାର କରିବା ସହ ଜଣେ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ସମିତି ମଙ୍ଗଳ ନିକଟରେ ହାଜର କରିଛି । ଏହା ସହ ନାବାଳକ ଓ ନାବାଳିକାଙ୍କ ପରିବାରଙ୍କୁ ଖବର ଦେଇ ସେମାନଙ୍କୁ ପାଠ ପଢାଇବା ପାଇଁ ପୋଲିସ ଅଭିଭାବକ ମାନଙ୍କୁ କହିଛି । ବାରମ୍ଭାର ଶିଶୁ ଶ୍ରମିକ ମାନଙ୍କୁ କାମରେ ନିୟୋଜିତ ନକରିବା ପାଇଁ ତାଗିତ କରିବା ପରେ ମଧ୍ୟ ବିଭିନ୍ନ ସଂସ୍ଥା ନାବାଳକ ଓ ନାବାଳିକା ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ତେଣୁ ଯାଜପୁର ପୋଲିସ ଶିଶୁ ଶ୍ରମିକ ନିୟୋଜିତ କରୁଥିବା ସଂସ୍ଥା ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ପୋଲିସକୁ ଚିଠି ଲେଖାଯାଇଥିବା ସମିତିର ଅଧକ୍ଷ ସୂଚନା ଦେଇଛନ୍ତି ।


