ରଣେନ୍ଦ୍ରଙ୍କୁ ସ୍ୱାଭିମାନ ସୁରକ୍ଷା ଓ ବିକାଶ ପରିଷଦର ଅଭିନନ୍ଦନ
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଭିମାନ ସୁରକ୍ଷା ବିକାଶ ପରିଷଦର କାର୍ଯ୍ୟକାରୀ ବୈଠକ ସଭାପତି ଲିଙ୍ଗରାଜ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା କମିଟିର ନବନିଯୁକ୍ତ ଅଧ୍ୟକ୍ଷ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ କରାଯାଇଛି ଏବଂ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ମାନ୍ୟବର ମନ୍ତ୍ରୀ ପ୍ରତାପ ସ୍ୱାଇଁଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଦେବା ପାଇଁ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କର ସ୍ୱାଭିମାନ ସୁରକ୍ଷା ସହ ସର୍ବାଙ୍ଗୀନ ବିକାଶ ପାଇଁ ସହଯୋଗ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉପ ସଭାନେତ୍ରୀ ସୁକାନ୍ତି ମଳିକ, ଗୁରୁଚରଣ ମହାନ୍ତି, ସାଧାରଣ ସମ୍ପାଦକ ସତ୍ୟଜିତ ରାଉତ, କୋଷାଧ୍ୟକ୍ଷ ରାଜକିଶୋର ଲେଙ୍କା, କାର୍ଯ୍ୟକାରୀ କମିଟି ସଭ୍ୟ କାହ୍ନୁଚରଣ ମିଶ୍ର, ଅଜିତ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


