ଟଙ୍କା ଆତ୍ମସାତ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ଥାନା ଅନ୍ତର୍ଗ ଅନ୍ତର୍ଗତ ଖାଣ୍ଡବା ଗ୍ରାମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଏକ କୋଟି ଏକୋଇଶି ଲକ୍ଷ ବାବନ ବ ହଜାର (୧,୨୧,୫୨,୦୦୦) ଟଙ୍କା ଆତ୍ମସାତ କରି ଫେରାର । ଥିବା ଥ୍ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାର ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର ଦୁର୍ଯ୍ୟୋଧନ ପଟେଲଙ୍କୁ କାଶୀ ନଗର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ପ୍ରକାରେ ବ୍ୟାଙ୍କରେ ବିଭିନ୍ନ ଜମାକାରୀଙ୍କ ଟଙ୍କା ହେରଫେର ହୋଇଥିବା ଜାଣିବା ପରେ ଆଞ୍ଚଳିକ ମ୍ୟାନେଜର ଲକ୍ଷ୍ମୀନାରାୟଣ ସାସମଲ ଚଳିତ ବର୍ଷ ଏପ୍ରିଲ ମାସରେ କାଶୀନଗର ଥାନାରେ ଏକ ଏତଲା ଦେଇଥିଲେ । ଏହାକୁ ଭିଭି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ଥାନା ପକ୍ଷରୁ ଏକ ଟିମ ଗଠନ କରାଯାଇ ତଦନ୍ତ ଚଳାଇଥିଲା । ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର ଦୁର୍ଯ୍ୟୋଧନ ପଟେଲଙ୍କୁ ତାଙ୍କ ନିଜ ଗାଁ ଭବାନୀପାଟଣା ସହର ଜୁନାଗଡ଼ ଥାନା ଅଧୀନ ଗୌଡ଼ ଛେଣ୍ଡିଆ ଗ୍ରାମ ବାସଭବନରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୁନିଲ କୁ କୁମାର ବେହେରା ସୂଚନା ଦେଇଛନ୍ତି ।