ଟାଉନ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ବୃକ୍ଷରୋପଣ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ପୁରାତନ ଶିକ୍ଷାନୁଷ୍ଠାନ ଟାଉନ ହାଇସ୍କୁଲରେ ପୁରାତନ ଛାତ୍ର ସଂସଦର ୧୯୮୫ ମସିହା ବ୍ୟାଚ୍ର ପୁରାତନ ଛାତ୍ରମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛଇି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ଜେନା, ଛାତ୍ରସଂସଦର ସଭାପତି ସୁବ୍ରତ କର, ସଂପାଦକ ରବିନ୍ଦ୍ର କୁମାର ମହାନ୍ତି, ସଭ୍ୟ ଡ. ନିଳମାଧବ ରାୟ, ନିର୍ମଳ ଦାସ, ନାରାୟଣ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ । ୧୯୮୫ ମସିହା ବ୍ୟାଚ୍ର ସକ୍ରିୟ ସଦସ୍ୟ ଚନ୍ଦନ କୁମାର ସାମନ୍ତ, ଅତୁଲ କୁମାର ଶତପଥୀ, କମଲ ଦାସ, ସାମୁଲ୍ୟ ବର୍ଦ୍ଧନ, ରାଜଦର୍ଶୀ ଦାଶ, ଯୋଗେଶ ଚନ୍ଦ୍ର କର, ସୁରେନ୍ଦ୍ର ତ୍ରିପାଠୀ, ହରିସାଧନ ମୁଖାର୍ଜୀ, ପ୍ରଦୀପ ଜେନା, ସଂଜୟ ଋଣା, ବିନୋଦ ଠାକୁର, ପ୍ରଦୀପ କୁମାର ପତି, ମଣି ବେହେରା, ଅଶୋକ ପୃଷ୍ଟି, କୃଷ୍ଣ ସେଠୀ, ବିଜନ କର, ସୂର୍ଯ୍ୟ ମହାନ୍ତି, ଅମରେଶ ଦେ ପ୍ରମୁଖଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ହତାରେ ୫ଟି ଫଳ ବୃକ୍ଷ ଚାରା ରୋପଣ କରିଥିଲେ । ଆଗାମୀ ଦିନରେ ଏହି ୧୯୮୫ ମସିହା ବ୍ୟାଚ୍ର ପିଲାମାନେ ବିଦ୍ୟାଳୟର ଉନ୍ନତି ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଓ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଏକ ଭାଇଚାରାର ସେତୁ ବୋଲି କୁହାଯାଇଥିଲା । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟାଉନ ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅଫିସ୍ କର୍ମଚାରୀମାନେ ସହଯୋଗ କରିଥିଲେ ।