ଟାଉନ ହାଇସ୍କୁଲ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :-ଟାଉନ ହାଇସ୍କୁଲର ଶିକ୍ଷୟତ୍ରୀ ସୁଷମା ପଣିଗ୍ରାହୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ମହାପାତ୍ର ଅଧ୍ୟକ୍ଷତା ସହ ବିଦାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କୁ ଶିକ୍ଷକତା କ୍ଷେତ୍ରରେ ଅତୁଳନୀୟ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଟାଉନ ହାଇସ୍କୁଷର ଶିକ୍ଷକତା କାଳରେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ ବୋଲି ସମ୍ବର୍ଦ୍ଧନା ପର୍ବରେ ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ । ସମସ୍ତେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀମତୀ ପାଣିଗ୍ରାହୀ ଭାବବିହ୍ୱଳ ହେବା ସହ ଟାଉନ ହାଇସ୍କୁଲରେ ଶିକ୍ଷକତା କାଳରେ ଛାତ୍ରଛାତ୍ରୀଙ୍କ ଶ୍ରଦ୍ଧା ଓ ଭକ୍ତି, ସହକର୍ମୀଙ୍କ ସହଯୋଗୀ ମନୋଭାବ ଓ କାର୍ଯ୍ୟଧାରା ତାଙ୍କର ସବୁଦିନ ମନେ ରହିବ ବୋଲି କହିଥିଲେ । ଏବଂ ବିଦ୍ୟାଳୟରେ ଶିକ୍ଷଣୀୟ ପରିବେଶ ତାଙ୍କର ସର୍ବଦା ମନେ ରହିବ ବୋଲି କହିଥିଲେ । ଶିକ୍ଷକ ଅକ୍ଷୟ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଦାମୋଦର ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁମତି ରାଉତ, କଳ୍ପଲତା ରାଉତ, ଜୟନ୍ତୀ ଚାଷୀ, ସବିତା ପରିଡ଼ା, ଦେବସ୍ମିତା ଦାସ, ଭାରତୀ ରାଉଳ, ଶିଖାରାଣୀ ପାତ୍ର, ସସ୍ମିତା ଗିରି, ରାମକୃଷ୍ଣ ପଣ୍ଡା, ଅବକାଶ ବର୍ଦ୍ଧନ, ଶଶିକାନ୍ତ ମିଶ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ପୁରାତନ ଛାତ୍ର ସଂସଦରୁ ସୁବ୍ରତ କର, ରବୀନ୍ଦ୍ର କୁମାର ମହାନ୍ତି, ପ୍ରଦୀପ କୁମାର ପ୍ରଧାନ ଏହି ଅବସରକାଳୀନ ସମ୍ବର୍ଦ୍ଧନା ପର୍ବରେ ଉପସ୍ଥିତ ଥିଲେ ।


