ଟାଟା ପାୱାରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମାଡ ମରାଯାଇଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ

ନାଉଗାଁ,(ଓ୍ବାଇଏନ୍ଏସ୍) :ଚଳିତ ଜୁନ ମାସରେ ବିଦ୍ୟୁତ ସେବା ପ୍ରଦାନ କାରୀ ସଂସ୍ଥା ସେସୁକୁ ଘରୋଇକରଣ କରାଯିବା ସହିତ ଏହାକୁ ଟାଟା ପାୱାର ନାମରେ ନାମିତ କରାଯାଇଛି । ଏହି ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ଏରିଏଲ ସିକ୍ୟୁରିଟ ଆଣ୍ଡ ଏସକଟ ପ୍ରାଇଭେଟ ଲିମିଟେଡ ଓ ଗାୟତ୍ରୀ ଏଜେନ୍ସ ଉଭୟ ବିଲ ଆଦାୟ ଓ ମିଟର ରିଡିଙ୍ଗ ଦାୟିତ୍ୱରେ ରହିଛନ୍ତି । ଏହି ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ରୋହିଆ ପଂଚାୟତର ଜ୍ୟୋତି ରଂଜନ ମହାନ୍ତି ଓ ଶୁଭ୍ରଜିତ ମହାନ୍ତି ଉଭୟ ରୋହିଆ ପଂଚାୟତରେ ଶୁକ୍ରବାର ମିଟର ରିଡିଙ୍ଗ ଓ ବିଲ ଆଦାୟ କରୁଥିବା ସମୟରେ ପୂର୍ବରୁ ଏନଜେଏନରେ କାର୍ଯ୍ୟ କରୁଥିବା କର୍ମଚାରୀ ସେମାନଙ୍କୁ କାମରୁ ନିବୃତ ରହିବା ପାଇଁ ବାରଣ କରିଥିଲେ । ଉକ୍ତ କଥାକୁ ସେମାନେ ନ ମାନିବାରୁ ସେମାନଙ୍କୁ ମାଡ ମାରିବା ସହ ସେମାନଙ୍କ ପାଖରେ ଥିବା ଆଦାୟ ଟଙ୍କା, ମିଟର ରିଡିଙ୍ଗ ମେସିନ, ମୋବାଇଲ ଫୋନ ଆଦି ଛଡାଇ ନେଇଥିବା କର୍ମଚାରୀ ୨ ଜଣ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । କନିଷ୍ଠ ଯନ୍ତ୍ରୀ ଅଭିଯୋଗକୁ ପାଇବା ପରେ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନାଉଗାଁ ଥାନାକୁ ଲିଖିତ ଭାବେ ଜଣାଇଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ