ଟାଟା ମେଟାଲିକ୍ସର ଆର୍ଥିକ ଫଳାଫଳ ଘୋଷିତ
କୋଲକୋତା, (ଏଜେନ୍ସି): ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷ ଓ ଚତୁର୍ଥ ତ୍ରୈମାସର ଆର୍ଥିକ ଫଳାଫଳ ଟାଟା ମେଟାଲିକ୍ସ ଲିମିଟେଡ଼ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ତିମ ତ୍ରୈମାସରେ ଟାଟା ମେଟାଲିକ୍ସର ରାଜସ୍ୱ ୫୯୪ କୋଟି ଟଙ୍କା ହୋଇଥିବାବେଳେ ପିବିଟି ୫୭ କୋଟି ଟଙ୍କା ହୋଇଛି । ତେବେ ଚଳିତ ଆର୍ଥିକ ବର୍ଷରେ ମୋଟ କାରବାର ପରିମାଣ ୨୧୫୫ କୋଟି ଟଙ୍କା ହୋଇଥିବା ବେଳେ ପିବିଟି ୨୧୨ କୋଟି ହୋଇଛି । ଅନ୍ତିମ ତ୍ରୈମାସରେ କମ୍ପାନୀ ସର୍ବାଧିକ ୭୨କେଟି ଡିଆଇ ପାଇପ୍ ବିକ୍ରି କରିଛି । ଜଳ ଯୋଗାଣ ଓ ପାଇପ୍ ଲାଇନ ପ୍ରକଳ୍ପର ଅଭିବୃଦ୍ଧି ଯୋଗୁଁ କମ୍ପାନୀର ବିକ୍ରି ପରିମାଣ ଏହି ତ୍ରୟମାସରେ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ଏହି ତ୍ରୟମାସ ତୁଳନାରେ ଏହା ୧୬% ଅଧିକ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ତୁଳନାରେ ୮% ଅଧିକ । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ତୁଳନାରେ ୪ର୍ଥ ତ୍ରୈମାସରେ ପିଗ୍ ଲୌହ ଉତ୍ପାଦନ ୧୩% ଅଧିକ ରହିଛି । ହେଲେ ଗତବର୍ଷର ଚତୁର୍ଥ ତ୍ରୈମାସ ତୁଳନାରେ ଏହା ୨% କମ୍ ରହିଛି । ଉଭୟ ପିଗ୍ ଲୌହ ଓ ଡ଼ିଆଇ ପାଇପ୍ର ମୂଲ୍ୟ ତୃତୀୟ ତ୍ରୈମାସ ତୁଳନାରେ ଯଥାକ୍ରମେ ୪% ଓ ୧% କମ୍ ରହିଛି । କଞ୍ଚାମାଲ ମୂଲ୍ୟରେ ସାମାନ୍ୟ ହ୍ରାସ ଯୋଗୁଁ ଏହି ଦର ହ୍ରାସ ସମ୍ଭବ ହୋଇଛି । ଏହି ପରିପ୍ରେକ୍ଷୀରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର କହିଛନ୍ତି ଯେ ଅନ୍ତିମ ତ୍ରୈମାସରେ ଏକ ମିନି ବ୍ଲାଷ୍ଟଫର୍ଣ୍ଣେସର କାର୍ଯ୍ୟକାରିତାରେ ସମସ୍ୟା ସତ୍ତେ୍ୱ କମ୍ପାନୀରେ ଏହାର କାର୍ଯ୍ୟକାରୀ ଲାଭାଂଶ ୧୪% ପାଇପାରିଛି । ଏବେ କମ୍ପାନୀର ୨ଟି ଯାକ ବ୍ଲାଷ୍ଟଫର୍ଣ୍ଣେସ ଉତ୍ତମ ଭାବେ କାର୍ଯ୍ୟ କରୁଛି । ଆଗାମୀ ଦିନରେ ପିଗ୍ ଆଇରନ ଡିଭିଜନର ଅଧିକ ବିକାଶ ପ୍ରତି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେବେ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଡିଆଇ ପାଇପ୍ ବିକ୍ରି ସେତେଟା ଉତ୍ସାହଜନକ ନଥିବା କୁମାର ଉଲ୍ଲେଖ କରିଛନ୍ତି ।