ଟାଟା ମୋଟର୍ସର ପାସେଞ୍ଜର ଗାଡି ଶୋରୁମର ଉଦ୍ଘାଟନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ) : ଟାଟା ମୋଟର୍ସ ତରଫରୁ ଆରମ୍ଭ ହୋଇଛି ବାଲେଶ୍ୱରରେ ମେସର୍ସ ପ୍ରିମିୟର ମୋଟର୍ସ ଯାହା ସମ୍ପୂର୍ଣ୍ଣ ରେଞ୍ଜର ପାସେଞ୍ଜର ଗାଡିର ଶୋରୁମ୍ ଏବଂ ୱାର୍କସପ୍, ଏହି ଶ୍ରେଣୀ କକ୍ଷ ହେଉଛି ଗୋଟିଏ ସ୍ୱୟଂ ଚାଳିତ ଅଭିଜ୍ଞତାର ସଂପ୍ରସାରଣ, ଟାଟା ମୋଟର୍ସର ଉନ୍ନତ ନେଟୱର୍କ ଦ୍ୱାରା ଏହି ଶୋରୁମ୍ ଏବଂ କର୍ମଶାଳାର ସଂପ୍ରସାରଣ ଯାହାକି ଆଗକୁ ଉନ୍ନତି ପଥରେ ଆଗେଇବାର କୌଶଳ । ଓଡିଶାର ଦ୍ରୁତତମ ଆଗେଇବା ସହରଗୁଡିକ ଭିତରେ ଏହା ହେଉଛି ବାଲେଶ୍ୱରରେ, ଏହାକୁ ଉଦ୍ଘାଟନ କରାଇବା ହେଉଛି ଟାଟା ମୋଟର୍ସର ଏକ ଅଂଶୀଦାର । ଏହି ଉଦ୍ଘାଟନ ୨୦୨୧-୨୦୨୨ ମସିହା ଭିତରେ ୮୬୫ଟି ଆଉଟ୍ଲେଟ୍ ଏବଂ ୨୦୦୦ ଶୋରୁମ୍ ଡିଲରସିପ୍ ନେଟୱାର୍କ ସମ୍ପ୍ରସାରଣ କରିବାର ଗୋଟିଏ ପରିକଳ୍ପନା, ଯାହାକି ଡିଜିଟାଲ୍ ଶୋରୁମ୍ର ଗୋଟିଏ ଅଂଶ । ଏହି ଉଦ୍ଘାଟନ ଉତ୍ସବରେ ବକ୍ତା ଭାବେ ଭାଇସ ପ୍ରେସିଡେଣ୍ଟ ତଥା ସେଲ୍ସ ମାର୍କ୍ଟେିଂ ଏସ.ଏନ. ବର୍ମା ଯୋଗ ଦେଇ କହିଥିଲେ ଯେ ଆମେ ଗ୍ରାହକଙ୍କ ସହିତ ଏକତ୍ରିତ ହୋଇ କାମ କରୁଛୁ । ଆମର ବ୍ୟବସାୟୀକ ଲାଇନ-ଅପ୍ ଏବଂ ନେଟୱାର୍କ ଆଗେଇବାରେ ଗ୍ରାହକଙ୍କୁ ସଦାସର୍ବଦା ଉଚ୍ଚ ପ୍ରତ୍ୟାଶା ଦେଇଥାଉ । ଏଅହି ନୂଆ ଡିଲରସିପ୍ ୪୦୦୦ ବର୍ଗଫୁଟ୍ ଶୋରୁମ ଏରିଆ ଓ ୨୦୦୦୦ ବର୍ଗଫୁଟ୍ ୱାର୍କସପ୍ ଏରିଆ କୌଶଳଗତ ଭାବରେ ବାମପଦାରେ ଅବସ୍ଥିତ । ଟାଟା ମୋଟର୍ସର ପରିବର୍ତ୍ତିତ ଯାତ୍ରୀବାହୀ ଗାଡି ଗୁଡିକ ଉତ୍ସାହିତ ଗ୍ରାହକଙ୍କ ସେବା ଏହି ପରିସରରେ ଯୋଗାଇଦେବ । ଏହି ଶୋରୁମ୍ ସହିତ ଓଡିଶାରେ କମ୍ପାନୀର ଆହୁରୀ ୧୭ ଟି ଶୋରୁମ୍ ଅଛି । କମ୍ପାନୀ ଏହି ନୂଆ ପ୍ରଯୁକ୍ତିର ଶୋରୁମ୍ ଆସନ୍ତା ପୀଢିଙ୍କର ଚାହିଦା ପୁରଣ କରିବ । ସ୍ୱୟଂଚାଳିତ ୱାର୍କସପ୍ ଏବଂ ଉନ୍ନତ ଯନ୍ତ୍ରାଂଶ ଦ୍ୱାରା ସଜ୍ଜିତ ଏହି ଶୋରୁମ୍ ଗ୍ରାହକମାନଙ୍କ ପାଇଁ ସର୍ବତ୍ତମୂଲ୍ୟ ଓ ଅଭିଜ୍ଞତା ଯୋଗାଇବାରେ ଟାଟା ମୋଟର୍ସର ଏକ ଅବଦାନ, ଯାତ୍ରୀବାହୀ ଗାଡିର ଉପସ୍ଥିତି ଏବଂ ଚଳାଚଳର ପରିମାଣ ବୃଦ୍ଧି କରାଇବା “କ୍ରମାଗତ ଜୟ”ର ଟାଟା ମୋଟର୍ସର ଲକ୍ଷ । ଏଥିରେ ଉଦ୍ଘାଟକ ଭାବେ ଡି.ଆଇ.ଜି ଅମିତେନ୍ଦ୍ର ନାଥ ସିହ୍ନା, ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର, ଶିବ କୁମାର ପୋଦାର, ମୀନା ପୋଦାର, ଅଙ୍କିତ ପୋଦାର, ଗରିମା ପୋଦାର, ରାଜ କୁମାର ପୋଦାର, ପ୍ରିୟାଂକିତ ପୋଦାର, ମଲ୍ଲିତ୍ ପୋଦାର ପ୍ରମୁଖ ପ୍ସ୍ିତ ଥିଲେ ।