ଟାଟା ଷ୍ଟିଲ କଳିଙ୍ଗନଗର ଲୋକାର୍ପଣର ଚତୁର୍ଥ ବାର୍ଷିକୀ ପାଳିତ

କଳିଙ୍ଗନଗର, (ଯୁଗାବ୍ଦ ନ୍ୟୁଜ୍‌): ଟାଟା ଷ୍ଟିଲ ପକ୍ଷରୁ ଏହାର କଳିଙ୍ଗନଗର ଇସ୍ପାତ କାରଖାନା ଲୋକାର୍ପଣର ଚତୁର୍ଥ ଜନ୍ମବାର୍ଷିକୀ ନଭେମ୍ବର ୧୮ ତାରିଖ ଦିନ ଆୟୋଜିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୫ ମସିହା ନଭେମ୍ବର ୧୮ ତାରିଖରେ ଉକ୍ତ କାରଖାନାକୁ ଓଡ଼ିଶା ଉଦ୍ଦେଶ୍ୟରେ ଉର୍ତ୍ସଗୀକୃତ କରିଥିଲେ । ଉକ୍ତ ଦିବସ ପାଳନ ଅବସରରେ କାରଖାନା ପରିସରରେ ବିଭିନ୍ନ କାର୍ଯ୍ୟାକ୍ରମମାନ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟାଳୟ ଅନ୍ତର୍ଗତ କାରଖାନା ପରିସରରେ ଟେକ୍‌ଏକ୍ସ ୪.୦ ପ୍ରଦର୍ଶନୀ ଓ ଟକ୍‌୪.୦ ବକ୍ତୃତାର ଆୟୋଜନ କରାଯାଇଥିଲା । ‘ଏକ ଡିଜିଟାଲ ଆସନ୍ତାକାଲିର ନିର୍ମାଣ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଉକ୍ତ ପ୍ରଦର୍ଶନୀକୁ ଟାଟା ଷ୍ଟିଲ କଳିଙ୍ଗନଗର ଅପରେସନସ୍ ବିଭାଗ ମହା ପ୍ରବନ୍ଧକ ଶ୍ରୀ କର୍ମବୀର ସିଂହ, କର୍ପୋରେଟ୍ ସେବା ବିଭାଗ ମହା ପ୍ରବନ୍ଧକ ଶ୍ରୀ ଆର ଆର ଶତପଥୀ ଓ ପ୍ରକଳ୍ପ ବିଭାଗ ମହା ପ୍ରବନ୍ଧକ ଶ୍ରୀ ଅଜିତ ଡି କୋଠାରୀ ଉଦ୍‌ଘାଟନ କରିଥିଲେ । ଉକ୍ତ ଦିବସ ପାଳନ ଅବସରରେ ଆୟୋଜିତ ଟେକ୍‌ଏକ୍ସ୪.୦ ପ୍ରଦର୍ଶନୀରେ ଟାଟା ଷ୍ଟିଲ କଳିଙ୍ଗନଗର ଓ ଟାଟା ଷ୍ଟିଲ ଡିଜିଟାଲ ଯାତ୍ରାକୁ ପ୍ରଦର୍ଶିତ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମର ଅନ୍ୟତମ ଆକର୍ଷଣ ଭାବେ ‘ଧାତୁ ଓ ଖନନ ଶିଳ୍ପରେ ଡିଜିଟାଲ ପ୍ରଯୁକ୍ତିର ପ୍ରଗତି’ ଉପରେ ଟକ୍ ୪.୦ ନାମକ ବକ୍ତୃତାର ଆୟୋଜିତ ହୋଇଥିଲା । ଏହି ଅବସରରେ ମେକିନ୍‌ସି ଓ କମ୍ପାନୀର ଏନ୍‌ଗେଜ୍‌ମେଚା ପ୍ରବନ୍ଧକ ଶ୍ରୀ ପ୍ରତୀକ ଗୋୟେଲ, ଆସେନ୍‌ଚର ଷ୍ଟ୍ରାଟେର୍ଜିର ସିନିୟର ପ୍ରିନ୍‌ସିପାଲ ଶ୍ରୀ ଶାହଲିନ୍ ଚାଭଦା ଏବଂ ଇନ୍‌ଫ୍ରା ଓ ଟାଟା ଷ୍ଟିଲର ନେଟୱର୍କ ଓ ସାଇବର ସିକ୍ୟୁରିଟି ତଥା କ୍ଲାଉଡ଼ ବିଭାଗର ମୁଖ୍ୟ ଶ୍ରୀ ମୃଣାଳ କାନ୍ତି ପାଲ ଟାଟା ଷ୍ଟିଲ ଭଳି କମ୍ପାନୀର ନିର୍ମାଣ ବିଭାଗରେ ବ୍ୟବହାର ଯୋଗ୍ୟ ଡିଜିଟାଲ କ୍ଷେତ୍ରର ନୂତନ ଉଦ୍ଭାବନ ଓ ଶ୍ରେଷ୍ଠ କୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ । ୨୦୧୯ ବର୍ଷ ଟାଟା ଷ୍ଟିଲ କଳିଙ୍ଗନଗର ଇତିହାସରେ ଏକ ମାଇଲ ଖୁଚା, କାରଣ ଏହି ବର୍ଷ କମ୍ପାନୀକୁ ଏହାର ପ୍ରକ୍ରିୟାକରଣ ଓ ସେବାରେ ଆଧୁନିକ ଡିଜିଟାଲ ପ୍ରଯୁକ୍ତିର ପ୍ରୟୋଗ ଓ ୨୬ ବତିଘର ବିଶ୍ୱ ନେଟୱର୍କରେ ସାମିଲ ହେବା ପାଇଁ ଭାରତର ପ୍ରଥମ ତଥା ଏକମାତ୍ର ଉତ୍ପାଦନକାରୀ କାରଖାନା ଭାବେ ବିଶ୍ୱ ଅର୍ଥନୈତିକ ମଚା ଦ୍ୱାରା “ନିର୍ମାଣକାରୀ ବତିଘର (ମନୁଫ୍ୟାକଚରିଂ ଲାଇଟ୍ ହାଉସ୍‌)’ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଉଚ୍ଚ ଉତ୍ପାଦନ କ୍ଷମତା ଓ ପରିବେଶ ଉପରେ କମ୍ ପ୍ରଭାବକୁ ସୁନିଶ୍ଚିତ କରିବା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଶ୍ରେଷ୍ଠ କୌଶଳର ପ୍ରୟୋଗ କରାଯାଉଛି । ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗରର କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ