ଟିକଟିକ ଉପରେ ଲାଗିବ ରୋକ

ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଲୋକପ୍ରିୟ ମୋବାଇଲ ଭିଡିଓ ଆପ ଟିକ ଟାକର ଡାଉନଲୋଡିଂକୁ ନିଷିଦ୍ଧାଦେଶ ଦିଅନ୍ତୁ । କୋର୍ଟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁକୁ ମଧ୍ୟ କହିଛନ୍ତି, ସେମାନେ ଟିମ ଟାକ ଉପରେ ପ୍ରସ୍ତୁତ ହୋଇଥିବା ଭିଡିଓକୁ ପ୍ରଚାର ପ୍ରସାର ନ କରନ୍ତୁ । ଟିକଟାଗରେ ଅଶ୍ଲୀଳ ସାମଗ୍ରୀ ରହୁଥିବା ମନେ କରିବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବା ଅନୁମାନ ହେଉଛି ।କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ, ‘ସରକାରଙ୍କୁ ଜବାବ ଦେବାକୁ ପଡ଼ିବ ଯେ, କ’ଣ ଏଭଳି ଆଇନ ଆସିବ, ଯେପରିକି ଆମେରିକା ସରକାର ସାଇବର କ୍ରାଇମର ଶିକାରରୁ ବର୍ତ୍ତିବା ପାଇଁ ଚିଲଡ୍ରେନ ଅନଲାଇନ ପ୍ରାଇଭେସି ପ୍ରୋଟେକଶନ ଆଇନ ଆଣିଛନ୍ତି ।ସୂଚନାଯୋଗ୍ୟ ଟିକ ଟାଗ ଆପ ଉପରେ ଏଭଳି ଭିଡିଓକୁ ନେଇ ହାଇକୋର୍ଟରେ ଅଭିଯୋଗ ହୋଇଥିଲା । ଅଭିଯୋଗରେ କୁହାଯାଇଥିଲା ଯେ, ସଂସ୍କୃତିକୁ ଖରାପ କରିବା ପାଇଁ ଏଭଳି କାମ କରାଯାଉଛି । ଏହାକୁ ନେଇ କୋର୍ଟରେ ଆବେଦକ କହିଥିଲେ ଯେ, ଟିକ ଟାକ ଆପକୁ ନିଷିଦ୍ଧ କରାଯାଉ । ଫେବୃୟାରୀରେ ତାମିଲନାଡିର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଏମ ମଣିକନ୍ଦନ କହିଥିଲେ ଯେ, ରାଜ୍ୟ ସରକାର କେନ୍ଦ୍ରକୁ ଆପକୁ ନିଷିଦ୍ଧ କରିବା ପାଇଁ ଦାବି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ