ଟିପିଏନଓଡିଏଲ୍ (TPNODL)ର ଜାତୀୟ ସୁରକ୍ଷା ସପ୍ତାହ ଧୁମଧାମରେ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ୫୧ ତମ ଜାତୀୟ ସୁରକ୍ଷା ସପ୍ତାହ ଉପଲକ୍ଷେ ଟିପି ନର୍ଦନ ଓଡିଶା ଡିଷ୍ଟ୍ରିବ୍ଯୁସନ କମ୍ପାନୀ ତରଫରୁ ରାଇରଙ୍ଗପୁର କଲେଜ ଇନଡୋର ଷ୍ଟାଡିୟମରେ ଲାଇନମ୍ଯାନ୍ ଦିବସ ଖୁବ ଧୁମଧାମ ରେ ପାଳିତ ହୋଇଯାଇଅଛି । ୧୯୬୬ ମସିହାରେ ଏହି ଜାତୀୟ ସୁରକ୍ଷା ସପ୍ତାହକୁ ଆମ ଦେଶରେ ଲାଗୁ କରାଯାଇଥିଲା । ଏହି ଜାତୀୟ ସୁରକ୍ଷା ସପ୍ତାହକୁ ଟାଟା ସର୍ବ ପ୍ରଥମେ ଲାଇନମ୍ୟାନ୍ ଦିବସ ରୁପେ ପାଳନ କରିଥିଲେ । ରାଇରଙ୍ଗପୁର ଡିଭିଜନ ଅଧିନରେ ଥିବା ୪ଟି ସବ ଡିଭିଜନ ଓ ୧୩ଟି ସେକ୍ସନ ର ୫୦୦ ରୁ ଉର୍ଦ୍ଧ୍ବ ଲାଇନମ୍ୟାନ୍ ଓ ହେଲପର ଯୋଗଦେଇଥିଲେ।ସେମାନେ ଯେତେବେଳେ ପୂର୍ବଦିନ ମାନଙ୍କରେ କାମ କରୁଥିଲେ ତାହା କେତେ ଦୁଃଖ ଓ କଷ୍ଟ ଥିଲା ସେହି ବେଦନା ଏହି ଦିବସରେ ପ୍ରକାଶ କରିଥିଲେ।ପୂର୍ବରୁ କର୍ମଚାରୀ ମାନଙ୍କର ଘୋର ଅଭାବ ସହିତ କାର୍ଯ୍ୟ କରିବା ପାଇଁ ସୁରକ୍ଷା ସାମଗ୍ରୀ ବିଭାଗ ତରଫରୁ କିଛି ବି ଦିଆଯାଉ ନଥିଲା । ଯଉଥି ପାଇଁ ଘରୁ ଯେତେବେଳେ ଲାଇନମ୍ୟାନ୍ ଟି କାର୍ଯ୍ଯସ୍ଥଳୀକୁ ଯାଉଥିଲା ସେ କେତେବେଳେ ଘରକୁ ଫେରିବ ଆଉ ସୁରକ୍ଷିତ ଫେରିବ କି ନାହିଁ ତାର ପରିବାର ଚାହିଁ ବସିଥାନ୍ତି କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ ଟାଟା ପାଓ୍ବାର ଅପ୍ରେଲ ୨୦୨୧ ଠାରୁ ପରିଚାଳନା ଦାୟିତ୍ୱ ନେବା ପରଠାରୁ କାର୍ଯ୍ୟ କରିବା ପାଇଁ ବହୁ ସଂଖ୍ୟାରେ କର୍ମଚାରୀ ଯୋଗଇ ଦେଇଅଛନ୍ତି । କାର୍ଯ୍ୟ କରିବା ପାଇଁ ସୁରକ୍ଷା ଉପକରଣ ଯଥା :- ସେଫ୍ଟି ଜୋତା, ହେଲମେଟ,ଗ୍ଲୋଭ୍ସ, ଡିସଚାର୍ଜ ରଡ,ନିଅନ୍ ଟେଷ୍ଟର, ସେଫ୍ଟି ବେଲ୍ଟ ଇତ୍ୟାଦି ଯୋଗାଇ ଦେଇଅଛନ୍ତି । ଯାହା ଫଳରେ କର୍ମଚାରୀ ଙ୍କ ସୁରକ୍ଷା ଓ କର୍ମଚାରୀଙ୍କର ଘୋର ଅଭାବକୁ ଦୂର କରିବାରେ ଟାଟା ପାଓ୍ବାର ସଫଳ ହୋଇଛି । ଏହି ବିଭାଗରେ ଅହରହ, ଅବିଚାରିତ, ସମସ୍ତ ଦୁର୍ବିପାକ ଓ ମହାମାରୀ ସମୟରେ ଅକ୍ଳାନ୍ତ ପରିଶ୍ରମ କରି ନିଜର ସମସ୍ତ ସୁଖ,ଦୁଃଖ ଭୁଲି ଆମ ସମାଜକୁ ଆଲୋକ ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଲାଇନମ୍ଯାନ୍ ମାନଙ୍କୁ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ପ୍ରଶଂସା କରାଯାଇଥିଲା।ଏହି ଜାତୀୟ ସୁରକ୍ଷା ସପ୍ତାହ ୪ ମାର୍ଚ୍ଚ ରୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ।ଏଥିରେ ସିନିଅର ଜିଏମ ଶରତ ଚନ୍ଦ୍ର ମହାଳିକ, ଜିଲ୍ଲା ସୁରକ୍ଷା ଅଧିକାରୀ ଇଂ. ପ୍ରିୟବ୍ରତ ବାରିକଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ନିର୍ବାହୀ ଯନ୍ତ୍ରୀ ଇଂ.ଚିନ୍ମୟ ବେହେରା ଙ୍କ ପରିଚାଳନାରେ ସରକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଲାଇନମ୍ୟାନ୍, ହେଲପର,କିରାଣୀ ଓ ସ୍ବସ୍ଥିକ ଏଜେନ୍ସି ର ଅଧିକାରୀ ବିଭୁତି ଭୁଷଣ ମହାନ୍ତ, ରାଜେନ୍ଦ୍ର କୁମାର ଦଳେଇ ଓ କ୍ଷୀରୋଦ ଚନ୍ଦ୍ର ଦେଓ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ ।