ଟିଲଗଡିଆ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟହି ବ୍ଲକ ଟିଲଗଡିଆ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସକାଳେ ୫୦ରୁ ଉର୍ଦ୍ଧ ଟିଲଗଡିଆ ଗ୍ରାମବାସୀ ତାଙ୍କ ନିଜଘର କାଠିଆସରାରୁ ଏକ ଶୋଭାଯାତ୍ରାରେ ସ୍କୁଲ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସ୍କୁଲ ପରିସରରେ ବାଲିବରେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ପୁର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ, ସ୍ୱତନ୍ତ୍ର ଅତିଥି ଭାବେ ଜିଳ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା, ଏବିଇଓ ସ୍ନେହଲତା ମହାରଣା, ଇଞ୍ଚୋଳ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ପୁର୍ବତନ ସିଆରସିସି ବିଦ୍ୟାଧର ପୁହାଣ, ପୁର୍ବତନ ସିଆରସିସି କୁଶଧ୍ୱଜ ବେହେରା, ଏସ.ଏମ.ସି ଚେୟାରମ୍ୟାନ ରାମଚନ୍ଦ୍ର ହୋ, ସିଆରସିସି ପ୍ରଦୀପ କୁମାର ଦେହୁରୀ, ଶିକ୍ଷାବିତ ମୋହନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କୁ ମାନପତ୍ର ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲିବରେଇ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱଜିତ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସସ୍ମିତା ପାତ୍ର ମାନପତ୍ର ପଠନ କରିଥିଳେ । ଶିକ୍ଷକ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜ କିଶୋର ସୋରେନ, ଘାସିରାମ ମାଝୀ, ମଙ୍ଗଳ ହାଁସଦା, ଜୟରାମ ମାଝୀ, ଜଗନ୍ନାଥ ମୁର୍ମୁ, ସୁରେନ୍ଦ୍ର ସୋରେନ ପ୍ରମୁଖ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


