ଟିଲୋରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ୧୫ନଂ.ଜୋନ୍ ଅଧିନ ଟିଲୋ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ତେଲିସାହିସ୍ଥିତ ବୁଡି ପୋଖରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବାସ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଯୁବନେତା ଲାଲା ସ୍ୱାଇଁ, ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନା, ବରିଷ୍ଠ ନେତା ରବିନ୍ଦ୍ର ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଓ ସଂପୃକ୍ତ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଧର ଲେଙ୍କା, ହୃଦାନନ୍ଦ ରାଉତ, ଗୟାଧର ଜେନା, ଦାଶରଥି ପାଣିଗ୍ରାହୀ, କମଳାକାନ୍ତ ମହାପାତ୍ର, ସୁକୁମାର ଦାସ, ଆନନ୍ଦ ଚନ୍ଦ୍ର ସ୍ୱାଇଁ, ବିଶ୍ୱନାଥ ଓଝା, ଭାସ୍କର ଚନ୍ଦ୍ର ଶତପଥି, ଧନେଶ୍ୱର ଜେନା, ଗୋବିନ୍ଦ ଚନ୍ଦ୍ର ସାହୁ, ନିରଞ୍ଜନ ସାମଲ, ପଦ୍ମନାଭ ରାଉତ, ମାୟାଧର ପାତ୍ର, ଅଭିମନ୍ୟୁ ଧଳ, ନୃସିଂହ ସାହୁ ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ, ଅବସରପ୍ରାପ୍ତ ସେନାକର୍ମଚାରୀ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଏଲ.ଇ.ଡି ମାଧ୍ୟମରେ ସରକାରୀ ଯୋଜନା ଗୁଡିକୁ ପ୍ରଦର୍ଶିତ କରାଯିବା ସହ ବିକାଶ ମୂଳକ କାର୍ଯ୍ୟ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପିଇଓ ପ୍ରଫୁୁଲ୍ଲ କୁମାର ପଣ୍ଡା, ପଞ୍ଚାୟତ ବିଜେଡି ସଭାପତି ବିଜୟ କୁମାର ନାୟକ, ଆଲୋକ କୁମାର ରାଉତ, ଶକ୍ତିଧର ରାଉତ, ଗଣନାଥ ବେହେରା, ବିପିନ କୁମାର ରାଉତ, ସଞ୍ଜୀବ ଦାସ, ପ୍ରବୀର କୁମାର ରାଉତ, ହୃଦୟ ରଞ୍ଜନ ମହାପାତ୍ର, ବଳରାମ ଦାସ, ଉତ୍ତମ ରାଉତ, କାଳନ୍ଦି ରାଉତ, ପ୍ରଶାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ସଂପୃକ୍ତ ପଞ୍ଚାୟତର ଏମ୍.ବି.କେ, ସିଆରପି, ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ, ସଂପାଦିକାଙ୍କ ସମେତ ୧ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିବାର ଦେଖାଯାଇଥିଲା ।


