ଟିଲୋ ବଡସାହି, ମାଳିସାହି ଗ୍ରାମ୍ୟ ରାସ୍ତା ମରଣଯନ୍ତା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଅନ୍ତର୍ଗତ ବଡସାହି ଠାରୁ ମାଳିସାହି ଭାୟା ଦାଶ ସାହି ଓ ପଣ୍ଡା ସାହି ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ବଡସାହି ଓ ମାଳିସାହି ଗ୍ରାମର ଲୋକ ମାନେ ଦୈନନ୍ଦିନ ଯାତାୟତ କରିଥାନ୍ତି । ଏଥିସହ ନିକଟସ୍ଥ କୁଶବେଣ୍ଟି ଗ୍ରାମର ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଦୀର୍ଘ ବର୍ଷ ହେବ ମରାମତି ଅଭାବରୁ ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ବର୍ଷା ଦିନେ ରାସ୍ତାରେ ପାଣି ଜମି ରହିବା ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।