ଟେକ୍ନୋ ପକ୍ଷରୁ ଫ୍ୟାଟଂମ୍-୯ ସ୍ମାର୍ଟଫୋନ୍ ଇ-କମର୍ସର୍ ପ୍ଲାଟଫର୍ମରେ ଉପଲବ୍ଧ

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର ଫ୍ୟାଟଂମ୍-୯ ସ୍ମାର୍ଟଫୋନ୍ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ଏହା ଜୁଲାଇ ୧୭ ତାରିଖଠାରୁ ଉପଲବ୍ଧ ହେବ । ମାଚେଂଷ୍ଟରଠାରେ ଟେକ୍ନୋରେସ୍ ଚ୍ୟାଲେଞ୍ଜ୍ ୨୦୧୯ ଜୁଲାଇ ୧୦ଠାରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉତ୍ସବରେ ଏନେଇ ଘୋଷଣା କରାଯାଇଛି । ଫ୍ୟାଟଂମ୍-୯ରେ ଇନ୍ ଡିସପ୍ଲେ ଫିଙ୍ଗର ପ୍ରିଂଟ୍ ସେନସର ସହିତ ୬ ଜିବି ରାମ୍ ରହିଛି । ଏହାର ମୂଲ୍ୟ ୧୪୯୯୯ ଟଙ୍କା ରହିଛି । ଏଥିରେ ଡୁଆଲ୍ ଫ୍ଲାଶ୍ ଲାଇଟ୍, ଡଟ୍ ନଚ୍ ସ୍କ୍ରିନ୍, ଅରୋରା ଷ୍ଟାଇଲ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଆର ଚିଫ୍ ଅପରେଟିଙ୍ଗ ଅଫିସର ମାର୍କୋ ମା କହିଲେ, “ ଭାରତ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ଆଗାମୀ ଦିନରେ ଆମେ ଦକ୍ଷିଣ ଏସିଆ କ୍ଷେତ୍ରରେ ଆମର କାରବାର ସମ୍ପ୍ରସାରଣ କରିବାର ଯୋଜନା ରଖିଛୁ । ଫ୍ୟାଟଂମ୍ ସ୍ମାର୍ଟଫୋନ୍ ଆମେ ଭାରତୀୟ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ନିର୍ମର୍ାଣ କରିଛୁ । ଫ୍ଲିପ୍କାର୍ଟ ସହି ମିଳିତ ହୋଇ ଭାରତ ବ୍ୟାପି ଗ୍ରାହକଙ୍କୁ ଏହି ନୂତନ ସ୍ମାର୍ଟଫୋନ୍ ଯୋଗାଇ ପାରିବୁ ବୋଲି ଆଶା ରହିଛି । ଏହି ଅବସରରେ ଫ୍ଲିପ୍କାର୍ଟ ମୋବାଇଲ୍ର ବରିଷ୍ଠ ନିର୍ଦ୍ଦେଶକ ଆଦିତ୍ୟ ସୋନୀ କହିଲେ, “ ଆମେ ଟେକ୍ନୋ ଭଳି ବ୍ରାଣ୍ଡ୍ ସହିତ ମିଳିତ ହୋଇଥିବାରୁ ବେଶ୍ ଆନନ୍ଦିତ । ଇତିମଧ୍ୟରେ ଫ୍ଲିପ୍କାର୍ଟ ଟୋକ୍ନୋ ସହିତ ୩ ବର୍ଷ ଧରି ମିଳିତ ଭାବେ କାର୍ଯ୍ୟ ଜାରି ରଖିଛି । ଆମେ ଶ୍ରେଷ୍ଠତମ ସେବା ଉପଲବ୍ଧ କରାଇବାର ପ୍ରୟାସ କରୁଛୁ । ଏହି ଅବସରରେ ସିଟି ଫୁଟବଲ ଗ୍ରୁପ୍ର ବରିଷ୍ଠ ଉପସଭାପତି ଦାମିଆନ୍ ୱିଲଘ୍ବେ କହିଲେ, “ମାଚେଂଷ୍ଟର ସହର ବିଶ୍ୱସ୍ତ୍ରରୀ ବ୍ରାଣ୍ଡ ସହିତ ମିଳିତ ହୋଇଥିବାରୁ ବେଶ୍ ଗର୍ବିତ । ଗତ ୩ ବର୍ଷ ମଧ୍ୟରେ ଆମେ ଅନେକ ନୂତନ ପ୍ରୟାସ କରିଛୁ । ଟୋକ୍ନୋ ନିରନ୍ତର ଫୁଟବଲ୍ ଖେଳପ୍ରତି ନିଜର ଆଗ୍ରହ ପରିପ୍ରକାଶ କରିବାରେ ଲାଗିଛି । ଇତିମଧ୍ୟରେ ୨୦,୦୦୦ରୁ ଅଧିକ ପ୍ରଶଂସକ ଟେକ୍ନୋ ରେସ୍ ଟୁ ମାଚେଂଷ୍ଟର ସିଟିରେ ସ୍ୱାକ୍ଷର କରିଛନ୍ତି । ଏହି ମୋବାଇଲ୍ରେ ୧୬ ଏମ୍ପି ଏଆଇ ପଛ କ୍ୟାମେରା, ୨ ଏମ୍ପି ଡେପଥ୍ ସେନସିଂ ଲେନ୍ସ୍ ଏବଂ ୮ ଏମ୍ପି ୱାଇଡ୍ ଆଙ୍ଗେଲ୍ କ୍ୟାମେରା ଆଦି ୩ ଟି ପଛ କ୍ୟାମେରା ରହିଛି । ଏଥିରେ ୩୨ଏମ୍ପି ସେଲଫି କ୍ୟାମେରା ରହିଛି । ୬.୪ ଇଂଚ ସ୍କ୍ରିନ୍, ୧୯:୫:୯ ଡଟ୍ ନଟ୍ ଏଫଏଚଡି ଏବଂ ଆମଲଏଡ୍ ଡିସପ୍ଲେ, ୯୧.୪୭% ବଡି ଟୁ ସ୍କ୍ରିନ୍ ରେସିଓ ରହିଛି । ଏହାର ଓଜନ ୧୬୪ ଗ୍ରାମ୍ ରହିଛି । ଏଥିରେ ୨.୩ ଜିଏଚଜେଡ୍ ଅକ୍ଟା -କୋର୍ ହେଲିଓ ପି-୩୫ ପ୍ରୋସେସର, ୧୨ଏନଏମ୍ ଜ୍ଞାନକୌଶଳ, ୧୨୮ ଜିବି ମେମୋରୀ, ୩୫୦୦ଏମଏଏଚ୍ ବ୍ୟାଟେରୀ ରହିଛି । ଟେକ୍ନୋ ପକ୍ଷରୁ ଏହାର ସମସ୍ତ ସ୍ମାର୍ଟଫୋନ୍ ଉପରେ ପ୍ରାରମ୍ଭିକ ଅଫର ‘୧୧୧’ ଉପଲବ୍ଧ ହୋଇଥାଏ । ଏହା ଅନ୍ତର୍ଗତ ୧୦୦ଦିନ ମଧ୍ୟରେ ରିପ୍ଲେସ୍ ଟ୍ୱାରେଂଟି ତଥା ଗୋଟିଏ ଥର୍ ସ୍କ୍ରିନ୍ ରିପ୍ଲେସମେଂଟ୍ ସୁବିଧା ତଥା ଏକ ମାସର ବର୍ଦ୍ଧିର୍ତ ୱାରେଂଟି ପ୍ରଦାନ କରାଯାଇଥାଏ । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ୨୦୦୬ରେ ସ୍ଥାପିତ ହୋଇଥିଲା । ଏହାର ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଏହା ଆଫ୍ରିକାର ଶ୍ରେଷ୍ଠ ୩ଟି ମୋବାଇଲ୍ ବ୍ରାଣ୍ଡ୍ ମଧ୍ୟରେ ସ୍ଥାନ ହାସଲ କରିପାରିଛି । ଏହା ମାଂଚେଷ୍ଟର ସିଟି ଫୁଟବଲ୍ କ୍ଲବ୍ର ଅଫିସିଆଲ ଟ୍ୟାବଲେଟ୍ ଏବଂ ହ୍ୟାଣ୍ଡ୍ସେଟ୍ ପାର୍ଟନର ଭାବେ କାର୍ଯ୍ୟ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ