ଟେକ୍ନୋ ପକ୍ଷରୁ ଶାଇନ୍ ଇନ୍ ଏନି ଲାଇଟ୍ ବ୍ରାଣ୍ଡ କ୍ୟାମ୍ପେନ୍ 

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଏହାର ଶାଇନ୍ ଇନ୍ ଏନି ଲାଇଟ୍ ବ୍ରାଣ୍ଡ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଏହି ଟିଭି ବିଜ୍ଞାପନରେ ଭିକି ରାୟ, ତୋଶାଦା ଉମା ଏବଂ ଚାନ୍ଦିନୀ ଶ୍ରୀବାସ୍ତବ ଅଭିନୟ କରିଛନ୍ତି । ଭିକି ଷ୍ଟ୍ରିଟ୍ ଫଟୋ ଗ୍ରାଫର ହୋଇଥିବାବେଳେ ତୋଶାଦା ଫେଶନ ମଡ଼େଲ ତଥା ଚାନନ୍ଦୀ ଷ୍ଟ୍ରିଟ୍ ଡ୍ୟାନ୍ସରରୁ କିଭଳି କୋରିଓଗ୍ରାଫର ହୋଇଛନ୍ତି, ତାହା ଦର୍ଶାଯାଇଛି । ଏହା ସୋସିଆଲ୍ ତଥା ଡିଜିଟାଲ ମିଡିଆରେ ମଧ୍ୟ ପ୍ରସାରିତ ହେଉଛି । ସମ୍ପ୍ରତି କମ୍ପାନୀ କ୍ୟାମନ୍-ଆଇ ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ ଅନ୍ୟ ଏକ ନୂତନ ଉତ୍ପାଦ କ୍ୟାମନ୍-ଆଇ-୪ର ବଜାର ପ୍ରବେଶ କରିଛି । ଟିଭି ବିଜ୍ଞାପନରେ ଏହି ୩ ଡକ୍ୟୁମେଣ୍ଟାରୀକୁ ସାମିଲ୍ କରାଯାଇଛି । ଏହା କଳରୀ, ସୋନୀ ସବ୍, ଆଣ୍ଡ୍ ଟିଭି, ସୋନୀ ମ୍ୟାକ୍ସ୍, ଏବିପି ବାଂଲା ଓ ଷ୍ଟାର ଜଲସା ଆଦି ଚ୍ୟାନେଲ୍ରେ ପ୍ରସାରିତ ହେଉଛି । ୨ ମିନିଟ୍ର ଏହି ଡକ୍ୟୁମେଣ୍ଟାରୀରେ କଳାକାରମାନେ ନିଆରା ଅଭିନୟ କରିଛନ୍ତି । ସେହିପରି ସୋସିଆଲ୍ ମିଡ଼ିଆରେ କ୍ୟାମନ୍ ଆଇ-୪ର ପ୍ରସାରଣ କରାଯାଉଛି । ଏହା ଦେଶର ୧୦୦ରୁ ଊଦ୍ଧ୍ୱର୍ ସହରରେ ପ୍ରଦର୍ଶିତ ହେଉଛି । ଏହା ୩ଟି ଭ୍ୟାରିଆଣ୍ଟ୍ରେ ଉପଲବ୍ଧ । ପ୍ରଥମଟି ୨ଜିବି ରାମ୍ ୩୨ଜିବି ରମ୍ ଏବଂ ଏହାର ମୂଲ୍ୟ ୮୯୯୯ଟଙ୍କା ରହିଛି । ସେହିପରି ଦ୍ୱିତୀୟଟି ୩ଜିବି ରାମ୍ ୩୨ଜିବି ରମ୍ ଏବଂ ଏହାର ମୂଲ୍ୟ ୧୦,୫୯୯ଟଙ୍କା ରହିଛି । ସେହିପରି ତୃତୀୟଟି ୪ଜିବି ରାମ ୬୪ଜିବି ରମ୍ ରହିଛି । ଏହାର ମୂଲ୍ୟ ୧୧,୯୯୯ଟଙ୍କା ରହିଛି । ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ୨୦୦୬ରେ ସ୍ଥାପିତ ହୋଇଥିଲା । ଏହା ବିଶ୍ୱର ୪୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି । ଏହା ଫିଚର ଫୋନ୍, ଟ୍ୟାବଲେଟ୍, ସ୍ମାର୍ଟଫୋନ୍ ଆଦି ନିର୍ମାଣ କରିଥାଏ । ୨୦୧୭ରେ ଏହା ୪୩ ନିୟୁତ ୟୁନିଟ୍ ଫୋନ୍ ବିକ୍ରି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ