ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ହେବାକୁଥିବା ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଜବରଦସ୍ତ ଫର୍ମରେ ଥିବା କେ. ଏଲ. ରାହୁଲଙ୍କୁ ବାଦ୍ ଦିଆଯାଇଥିବାବେଳେ ବହୁ ଦିନପରେ ପୃଥ୍ବୀ ଶ’ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପଟେ ଆହତ ସମସ୍ୟା ଯୋଗୁ ରୋହିତ ଶର୍ମା ଉଭୟ ଦିନିକିଆ ଏବଂ ଟେଷ୍ଟ ଦଳରୁ ଓହରି ଯାଇଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ପୃଥ୍ବୀ ଶ’, ଶୁଭମନ ଗିଲ୍ ଏବଂ ମୟଙ୍କ ଅଗ୍ରୱାଲ ଓପନିଂ ଦାୟିତ୍ଵ ସମ୍ଭାଳିବେ । ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷ ଦିକିନିଆ ଏବଂ ଟେଷ୍ଟ ସିରିଜରୁ ବାଦ୍ ପଡ଼ିବା ନେଇ ଗତ ସୋମବାର ସ୍ପଷ୍ଟ ହୋଇଯାଇଥିଲା। ରୋହିତଙ୍କ ସ୍ଥାନରେ ଦିନିକିଆରେ ମୟଙ୍କ ଅଗ୍ରୱାଲ ଏବଂ ଟେଷ୍ଟରେ ଶୁଭମନ ଗିଲ୍ଙ୍କୁ ସ୍ଥାନ ଦିଆଯାଇଛି । ଟେଷ୍ଟ ସ୍କ୍ବାଡ୍: ବିରାଟ କୋହଲୀ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ ‘, ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହ(ୱିକେଟ କିପର), ଋଷଭ ପନ୍ତ(ୱିକେଟ କିପର), ଆର. ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଜସ୍ପ୍ରୀତ୍ ବୁମ୍ରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସାଇନି, ଈଶାନ୍ତ ଶର୍ମା ।


