ଟ୍ରକ ଧକ୍କାରେ ଜଣେ ଗୁରୁତର

ହାଟଡ଼ିହି : ଛେନାପଦି-ହଦଗଡ ରାସ୍ତାର ବୈଦାଖିଆ ନିକଟରେ ଏକ ଦଶଚକିଆ ଧକ୍କାରେ ଜଣେ ବାଟୋଇ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଧ୍ୟାରେ ପନ୍ଦାଡୋ ଗ୍ରାମର ରବିନ୍ଦ୍ର କୁମାର ଜେନା(୫୦) ନାମକ ଜଣେ ବ୍ୟକ୍ତି ସଢ଼ାଛକରୁ ନିଜ ଘରକୁ ଫେରୁଥିବା ସମୟରେ ବୈଦାଖିଆ ଛକ ନିକଟରେ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇପଡିଥିଲେ । ଟ୍ରକଟି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ପଳାଉଥିବାବେଳେ ସ୍ଥାନୀୟ ଲୋକମାନେ ଟ୍ରକଟିକୁ ଗୋଡାଇ ଗୋଡାଇ ଅଟକାଇବାରେ ସଫଳ ହୋଇଥିବା ଜଣାଯାଇଛି । ଆହତ ରବିନ୍ଦ୍ରଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ