ଦୁଇବଖରା ଜଳିଗଳା

ହାଟଡ଼ିହି : ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ବେତୀରା ଗ୍ରାମରେ ଆଜି ସନ୍ଧ୍ୟାରେ ବିଦ୍ୟୁତ ସର୍ଟସର୍କିଟିରୁ ଅଗ୍ନିକାଣ୍ଡ ଘଟି ସନ୍ତିଆ ଦାସଙ୍କ ଦୁଇ ବଖରା ଘର ପୋଡି ଯାଇଥିବା ଜଣାଯାଇଛି । ଅଗ୍ନିକାଣ୍ଡ ଘଟିବା ପରେ ଗ୍ରାମବାସୀମାନେ ପାଣିଢ଼ାଳି ନିଆଁକୁ ଆୟତ କରିଥିବାବେଳେ ହାଟଡିହିରୁ ଦମକଳ ପହଞ୍ଚି ନିଆଁ ଲିଭାଇଥିଲା । ଏଥିରେ ଗୃହକର୍ତ୍ତାଙ୍କର ଧାନ ଚାଉଳ ସମେତ ଅନେକ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ