ଟ୍ରକ ଧକ୍କାରେ ମହିଳା ମୃତ, ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମ ବାସୀ

ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ଚମ୍ପାପଲ୍ଲୀ ଗାନ୍ଧୀ ମାର୍ଗ ନିିକଟରେ ଏକ ଟ୍ରକ ଚକା ତଳେ ଚାପି ହୋଇ ଜଣେ ମହିଳାଙ୍କ ପ୍ରାଣହାନୀ ଘଟିଛି । ମହିଳା ଜଣକ ପରିଚୟ କଇ୍ଥା ପଞ୍ଚାୟତ ଲାଲ ବେଗି ଗ୍ରାମର ଶାନ୍ତି ପାଲ (୪୮) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଅନନ୍ତ ପାଲ ସାଇକେଲ ଯୋଗେ ତାଙ୍କ ସ୍ତ୍ରୀଙ୍କୁ ବସାଇ ମେଡିକାଲକୁ ନେଉଥିଲେ । ରାସ୍ତାରେ ବଡ ବଡ ହମ୍ପସ ରହିଥିବାରୁ ଭାରସାମ୍ୟ ହରାଇ ମହିଳା ଜଣକ ସାଇକେଲରୁ ରୋଡରେ ପଡିଯାଇଥିଲେ । ସାଲେପୁର ଦିଗରୁ ଆସୁଥିବା ଦ୍ରୁତଗାମୀ ଡମ୍ପର ଗାଡି ନମ୍ବର ଓଆର ୧୬ ସି ୨୨ ୪୭ ମହିଳାଙ୍କ ମୁଣ୍ଡ ଉପରେ ଚଢିଚାଲିଯାଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁୂ ଉଡିଯାଇଥିଲା ।ସ୍ଥାନୀୟ ଲୋକ ଡ୍ରାଇଭରଙ୍କୁ କାବୁ କରିବା ସହ ୪ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଲରେ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ସହାୟତା ଘୋଷଣା ପରେ ଲୋକମାନେ ଆନ୍ଦୋଳନରୁ ଓହରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ