ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ହେବ ବାଣିଜ୍ୟିକ ଚୁକ୍ତି

ୱାଶିଂଟନ୍: ସେପ୍ଟେମ୍ବର ମାସ ଶେଷ ଆଡ଼କୁ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବ । ନ୍ୟୁୟର୍କରେ ଆୟୋଜିତ ହେବାକୁ ଥିବା ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି ଚୁକ୍ତି ହେବାର ସମ୍ଭାବନା ରହିଛି ।
ବିଶ୍ୱର ୨ଟି ପୂରାତନ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତି ଟ୍ରମ୍ପଙ୍କ ପାଇଁ ବିଜୟ ହେବ । କାରଣ ପୂର୍ବରୁ ଚାଇନା ସହ ବାଣିଜ୍ୟିକ ଯୁଦ୍ଧ ଚାଲୁ ରହିଥିବାରୁ ଆମେରିକାକୁ କ୍ଷତି ସହିବାକୁ ପଡ଼ୁଛି । ତେବେ ଏହି ସ୍ଥିତି ସୁଧାରିବା ପାଇଁ ଭାରତ ବ୍ୟତୀତ ଆମେରିକା ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜା ଆବେଙ୍କ ସହ ମଧ୍ୟ ଚୁକ୍ତି କରିପାରେ ବୋଲି କୁହାଯାଉଛି । ଏହି ନୂଆ ଚୁକ୍ତି ଫଳରେ କିଛି ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ହ୍ରାସ ହେବ । ଏତଦବ୍ୟତୀତ ଭାରତରୁ ରପ୍ତାନୀ କରାଯାଉଥିବା କିଛି ସାମଗ୍ରୀ ଉପରେ ମଧ୍ୟ ଟାରିଫ୍ ହ୍ରାସ ହେବ ।
ସୂଚନାଯୋଗ୍ୟ ଯେ, ରବିବାର ମୋଦି ଏବଂ ଟ୍ରମ୍ପ ହଷ୍ଟନରେ “ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭେଟ ହେବେ । ୫୦ ହଜାର ଆସନ ବିଶିଷ୍ଟ ଷ୍ଟାଡିଅମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୨ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ