ଲ୍ୟାମ୍ପସ ଦୁର୍ନୀତି ଗ୍ରସ୍ତ ଏମଡିଙ୍କ ଘରେ ଭିଜିଲାନ୍ସର ଚଢ଼ାଉ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): କଲ୍ୟାଣସିଂହପୁର ଲ୍ୟାମ୍ପରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ କଲ୍ୟାଣସିଂହପୁର ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀଙ୍କ ଜିଲୁଣ୍ଡା ସ୍ଥିତ ବାସଭବନ ଓ କଲ୍ୟାଣସିଂହପୁର ଲ୍ୟାମ୍ପରେ ସକାଳୁ ସକାଳୁ ଚଢ଼ାଉ କରିଛି । ପରେ ରାୟଗଡା ନେଇ ବିଶୃତ ଭାବେ ତଦନ୍ତ କରି ଲ୍ୟାମ୍ପର ପ୍ରଥମିକ ସଦସ୍ୟ ଓ କୋଣସି ଖାତା ନଥିବା ଲୋକଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପରେ ଗିରଫ କରିଛି କୋରାପୁଟ ଭିଜିଲାନ୍ସ। ୨୪ ମସିହା ଠାରୁ ୨୬ ମସିହା ମଧ୍ୟରେ ୭୫ଲକ୍ଷ ଟଙ୍କା ଲ୍ୟାମ୍ପର ସାଧାରଣ ସଦସ୍ୟ ଲୋକଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।ଏହି ମାମଲାରେ କେଶ ନମ୍ବର ୮ ଦୁର୍ନୀତି ମାମଲା ୨୦୧୮ ନିୟମ ଅନୁଯାଇ ବିଏନଏସ ୨୩ ଅନୁଯାଇ ମାମଲା ରୁଜୁ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ କଲ୍ୟାଣସିଂହପୁର ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀ ମିନିବ୍ୟାଙ୍କ ଆକାଉଣ୍ଟରୁ ଚାଷୀଙ୍କ ନାମରେ ରହିଥିବା ୨୮ଲକ୍ଷ ୨୯ ହଜାର,ଭାଇ ନାମରେ ୧୪ଲକ୍ଷ ୨୧ ହଜାର,ବାପାଙ୍କ ନାମରେ ଗ୍ରାଚୁଇଟି ଟଙ୍କା ୩ଲକ୍ଷ ୭୫ ହଜାର, ସ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ୬ଲକ୍ଷ ୬୫ହଜାର ଏବଂ ନିଜ ନାମରେ ୨୨ଲକ୍ଷ ଟଙ୍କା ବେନିୟମ ଭାବରେ ହଡପ କରିଥିବା ତଥ୍ୟ ତଦନ୍ତ ବେଳେ ସାମ୍ନାକୁ ଆସିଥିଲା । ଏମିତିକି ମୃତ ବ୍ୟକ୍ତିଙ୍କ ଜମା ଖାତାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ଘଟଣା।ଲ୍ୟାମ୍ପର ବିଭିନ୍ନ କାମ ନାମରେ ମିଥ୍ୟା ଖର୍ଚ୍ଚ ଦର୍ଶାଯାଇଛି। କେଉଁଠି ପାଚେରୀ ନିର୍ମାଣ ଓ କେଉଁଠି ମରାମତି କାମ ଓ ଫ୍ୟାନ କିଣା ଦେଖାଇ ଟଙ୍କା ଉଠାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ତଦନ୍ତ ବେଳେ ବ୍ୟାଙ୍କ ଜମା ଖାତା ଓ କ୍ୟାସ ବୁକ୍ ମେଳ ଖାଉନଥିବା ଜଣା ପଡ଼ୁ ନଥିଲା । ହିସାବ ରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଣ ହୋଇଛି ବୋଲି ଅଭିଯୋଗ ହଇଥିଲା । ଏହି ଘଟଣା ପରେ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଯାଇ ଏରିଆ ମ୍ୟାନେଜର ସିଲା ନିରଞ୍ଜନଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା ।ଆଜିଯାଏ କୌଣସି ଦାୟିତ୍ୱ ଦିଆ ଯାଇନଥିବାରୁ ୨୦ ଦିନ ହେବ ବ୍ୟାଙ୍କ ଓ ଲ୍ୟାମ୍ପ ଅଚଳ ହୋଇ ପଡିଛି। ବାରମ୍ବାର ମାଗିଲେ ମଧ୍ୟ ତ୍ରିପାଠୀ ଦିନ ଗଡାଉଛନ୍ତି। ନଚେତ ହାଇକୋର୍ଟ ଆଡ଼ର ଆସିବା ପରେ ସମସ୍ତ ଖାତା ପତ୍ର ଦେବି ବୋଲି କହି ଦେଉନାହାନ୍ତି।ରାୟଗଡା ଡିଆରସିଏସ୍ ଜନ୍ମେଜୟ ମହାପାତ୍ର ତଦନ୍ତ ବେଳେ ୭୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ବେଆଇନ ଭାବରେ ହଡପ ହୋଇଥିବା ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଲିଖିତ ଭାବେ ସୂଚନା ଦେଇଥିଲେ । ଏନେଇ ଭିଜିଲାନ୍ସ ନିଜ ଆଡୁ ତଦନ୍ତ କରିବା ପାଇଁ ବିଭାଗକୁ ଆବଶ୍ୟକ କାଗଜପତ୍ର ମାଗିଥିଲା । ଭିଜିଲାନ୍ସ ଚଢ଼ାଉ ଚାଲିଛି ଏବଂ ତଦନ୍ତ ପରେ ସୂଚନା ଦିଆଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ବାସଭବନରୁ କିଛି ଲୋକଙ୍କ ପାସ ବହି ବୀମା ଖାତା ଓ କାଗଜପତ୍ର ଜବତ କରିଥିବାବେଳେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀଙ୍କୁ ଧରି ରାୟଗଡା ସ୍ଥିତ ଏଆରସିଏସ କାର୍ଯ୍ୟାଳୟକୁ ନିଆଯାଇଛି ସୂଚନାରୁ ଜଣା ପଡିଛି।ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣା ପରେ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ଏପରି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଳ୍ପ ବୟସରେ କୋଟିପତି ହେବାର ସ୍ୱପ୍ନ ଦେଖି ଲୁଟିଥିଲେ ଧରା ପଡିଲେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି। କୁଆଡେ ଜାଗା, ଫ୍ଲାଟ ଜମି ସୁନା କିଣିବା ଘଟଣା ଓ କିଛି ଲୋକଙ୍କ ନାମରେ ଅର୍ଥ ବ୍ୟାଙ୍କ ମଧ୍ୟରେ କରବାର ଘଟଣା ବ୍ଲକରେ ଚର୍ଚା ହେଉଛି। ଭିଜିଲାନ୍ସ ତନ ତନ କରି ତଦନ୍ତ କଲେ ଆହୁରି ବାହାରିବ ବୋଲି କଥା ଉଠୁଛି।


