ଅବକାରୀ ଚଢଉରେ ମଦ ଜବତ, ୧୩ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୁତିକାନ୍ତ ରାଉତଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଅବକାରୀ ବିଭାଗ ତରଫରୁ ଧରପଗଡ଼, ଚଢଉ ଓ ପେଟ୍ରୋଲି ଆଦିକୁ ଆଦିକୁ ବ୍ୟାପକ କରାଯାଇଛି. ଏହି ଜିଲ୍ଲାର ଗାରାବନ୍ଧ, ଗୁରାଣ୍ଡି ଓ ପାରଳାଖେମୁଣ୍ଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଗୁଇନ୍ଦା ଟିମ୍ ପକ୍ଷରୁ ଧରପଗଡ଼ କରାଯାଇ ୧୨୬୪ ଲିଟର ଦେଶୀମଦ ଜବତ ସହ ୫୦୦୦ କିଲୋଗ୍ରାମ ପୋଚ ନଷ୍ଟ କରାଯାଇଛି। ଏନେଇ ମୋଟ ୧୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସେହିପରି ଆର.ଉଦୟଗିରି ଏକ୍ସାଇଜ୍ ରେଞ୍ଜର ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ୍ ୟୁନିଟ୍ର ଇନ୍ସପେକ୍ଟର, ଆର. ଉଦୟଗିରି ଓଆଇସି ଏବଂ ଆର.ଉଦୟଗିରି, ମୋହନା ଓ ଜିଲ୍ଲା ମୋବାଇଲ୍ ୟୁନିଟ କର୍ମଚାରୀମାନେ ଆର. ଉଦୟଗିରି ଥାନା ପୋଲିସ ସହ ମିଳିତ ଭାବେ ଅନୁଗୁର, ଆଙ୍ଗ୍ଲିମା ଓ କିରାମା ଗ୍ରାମରେ ଚଢାଉ କରିଥିଲେ । ଏହି ଚଢାଉରେ ୫,୮୦୦ ଲିଟର ଏଫଏମ୍ ଓ୍ବାଶ ଏବଂ ୩୩୦ ଲିଟର ଆଇଡି ଲିଟର ଜବତ କରାଯାଇଥିବା ସୂଚନା ମିଳିଛି. ଏହି ଦୁଇ ଗୋଟି ଚଢାଉରେ ଗଜପତି ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ. ଚୋରା ମଦ କାରବାର ବିରୁଦ୍ଧରେ ଏହି ଚଢାଉ ଜାରି ରହିଥିବ ବୋଲି ସୂଚନା ମିଳିଛି।


