ଟ୍ରଲର ମାଡି ଯିବାରୁ ୬୫ ବର୍ଷ ବୃଦ୍ଧଙ୍କ ମୃତ୍ୟୁ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ସହରର ଇଣ୍ଡିଆନ ବ୍ଯାଙ୍କ ସମ୍ମୁଖରେ ଏକ ଅଭାବନୀୟ ଘଟଣା ସୋମବାର ଦିନ ଦିବା ସମୟରେ ଦେଖିବାକୁ ମିଳିଛି। ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ଅଭିମନ୍ୟୁ ବେହେରା (୬୫) ବୁଗୁଡ଼ାରୁ ନିଜ ଗ୍ରାମ ବିରଞ୍ଚିପୁର ଫେରୁଥିବା ବେଳେ ବାଲିପଦର ଦିଗରୁ ଆସୁଥିବା ଦାସ ଟ୍ରାସପୋର୍ଟ ର ଏକ ପାଇପ ବୋଝେଇ ଟ୍ରଲର ବୃଦ୍ଧଙ୍କ ଉପରେ ମାଡି ଯାଇଥିଲା। ଫଳରେ ବୃଦ୍ଧଙ୍କ ଦୁଇ ଗୋଡର ମାଂସ ହାଡରୁ ସମ୍ପୂର୍ଣ୍ଣ ଅଲଗା ହୋଇ ଗୁରୁତର ଆହତ ହୋଇ ପ୍ରଥମେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଆସିକା ପୂର୍ବରୁ ବୃଦ୍ଧଙ୍କ ଅବସ୍ଥା ଜଟିଳ ହେବାରୁ ଆସିକା ମେଡ଼ିକାଲକୁ ନେଇଥିଲେ। ଆସିକା ଡାକ୍ତର ପରୀକ୍ଷା କରି ଅଭିମନ୍ୟୁ ବେହେରାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୁଗୁଡା ପୋଲିସ ଦୁର୍ଘଟଣା ଘଟିଥିବା ସ୍ଥଳରେ ପହଞ୍ଚି ଗାଡ଼ି ଓ ଡ୍ରାଇଭରକୁ ଅଟକ ରଖି ଅନୁସନ୍ଧାନ ଚଳାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ