ଟ୍ରାକ୍ଟର ସହ ବାଇକ ଧକ୍କା ଜଣେ ମୃତ ଜଣେ ଆହାତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଥାନା ଅନ୍ତର୍ଗତ ବଉଳଗାଁ ସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରେ ଶୁକ୍ରବାର ଏକ ଟ୍ରାକ୍ଟର ସହ ବାଇକ ଧକ୍କା ରେ ଜଣେ ମୃତ ହୋଇଥିବାବେଳେ ଆଉ ଜଣେ ଆହାତ ହୋଇଛନ୍ତି, ମୃତ ଜଣକ ହେଲେ ଖୁରୀଗାଁ ର ମିଥୁନ ନାହାକ ବୋଲି ସୂଚନା ମିଳିଥିବା ବେଳେ ଆହାତ ଜଣକ ମଧ୍ୟ ସେହି ଗ୍ରାମ ର ରମେଶ ନାହାକ ବୋଲି ଜଣାପଡିଛି, ଆହାତ ରମେଶ କହିବା ଅନୁସାରେ ସେ ଏକ ବାଇକ ଯୋଗେ ଯାଉଥିବା ବେଳେ ଚାରିଛକ ଠାରେ ମୃତ ମିଥୁନ ନାହାକ ତାଙ୍କୁ ଲିଫ୍ଟ ମାଗି ଉଭୟ ଉକ୍ତ ବାଇକ ଯୋଗେ ଯାଉଥିବା ବେଳେ କୋଣସି କାରଣ ବଶତଃ ଭରସାମ୍ୟ ହରାଇ ବାଇକ ସହ ଟ୍ରାକ୍ଟର ଧକ୍କା ହୋଇଥିଲା, ଯାହାଫଳ ରେ ଉଭୟ ଆହାତ ହୋଇ ପଡ଼ିଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ରେ ଭର୍ତି କରାଯାଇଥିଲା, ପରେ ମିଥୁନ ନାହାକକୁ ଉପସ୍ଥିତ ଥିବା ଡାକ୍ତର ମାନେ ମୃତ ଘୋଷଣା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ